ବିଜେପିର ବରିଷ୍ଠ ନେତା ସୁଶୀଲ ମୋଦୀଙ୍କୁ କ୍ୟାନସର । ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ ଦେଲେ ସୂଚନା, କହିଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣାଇଛି ଲୋକସଭା ନିର୍ବାଚନରେ କିଛି କରିପାରିବିନି ।

167

କନକ ବ୍ୟୁରୋ : କ୍ୟାନସରରେ ପୀଡିତ ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ । ଗତ ୬ ମାସ ହେବ ସୁଶୀଲ ଏହି ମାରାତ୍ମକ ରୋଗରେ ପୀଡିତ ଅଛନ୍ତି । ଏନେଇ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି ସୁଶୀଲ । ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରି ସୁଶୀଲ କହିଛନ୍ତି ଯେ, ଗତ ୬ ମାସ ହେବ କ୍ୟାନସର ସହ ସଂଘର୍ଷ କରୁଛି । କିନ୍ତୁ ଏବେ ଲାଗୁଛି ଯେ, ଏକଥା ଲୋକଙ୍କୁ ଜଣାଇବାର ସମୟ ଆସିଯାଇଛି । ତେଣୁ ଲୋକସଭା ନିର୍ବାଚନରେ ମୁଁ କିଛି କରିପାରିବିନି । ଏନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣାଇ ଦେଇଛି । ବିହାର ଓ ବିଜେପି ପାଇଁ ସବୁବେଳେ ମୁଁ ସମର୍ପିତ ।

ବିହାର ବିଜେପିର ଟାଣୁଆ ଚେହେରା ଭାବେ ଜଣାଶୁଣା ସୁଶୀଲ ମୋଦୀ । ୩୩ ବର୍ଷର ରାଜନୈତିକ କ୍ୟାରିୟର ମଧ୍ୟରେ ରାଜ୍ୟସଭା,ଲୋକସଭା ସମେତ ବିଧାନସଭା ଓ ବିଧାନପରିଷଦର ସଦସ୍ୟ ରହିଛନ୍ତି ସୁଶୀଲ । ନୀତିଶ ସରକାରରେ ସୁଶୀଲ ମୋଦୀ ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇ ସାରିଛନ୍ତି ।