ସାମ୍ନାକୁ ଆସିଲା ସୁଶାନ୍ତଙ୍କ ହାତଲେଖା କିଛି ନୋଟ୍ । ନଜର ଆସୁଛି ସୁଶାନ୍ତଙ୍କ ଜୀବନର ପୁରା ଫିଲୋସଫି, ଚର୍ଚ୍ଚାରେ ସେହି ୧୬ ପଏଂଟ୍

1,245

କନକ ବ୍ୟୁରୋ : ସୁଶାନ୍ତ ସିଂ ରାଜପୁତଙ୍କ ଜୀବନର ସବୁଠାରୁ ବଡ ସତ । ସୁଶାନ୍ତଙ୍କ ନିତିଦିନିଆ ଜୀବନର କଥା ଲେଖାଯାଇଥିବା କିଛି ନୋଟ୍ ଏବେ ସାମ୍ନାକୁ ଆସିଛି । ଆଉ ଜଣାପଡୁଛି ନିରାଶର ସେହି ଅନ୍ଧାର ସୁଶାନ୍ତଙ୍କ ଜୀବନରେ ନଥିଲା, ଯାହାକୁ ରିଆ ତାଙ୍କ ମିଛ ଜରିଆରେ ଚିତ୍ରଣ କରିଆସୁଛନ୍ତି । କୁହାଯାଉଛି ପାୱନା ଡ୍ୟାମସ୍ଥିତ ସୁଶାନ୍ତଙ୍କ ଫାର୍ମ ହାଉସରୁ ମିଳିଛି ଏକ ହାତଲେଖା ଡାଏରୀ । ଏନସିବି ଟିମର ଚଢାଉବେଳେ ଏହି ଡାଏରୀ ମିଳିଥିବାବେଳେ ଏଥିରେ ଅଛି ସୁଶାନ୍ତଙ୍କ ଜୀବନର ସତ ।

ଅଭିନେତା ସୁଶାନ୍ତ ସିଂ ନିଜ ଜୀବନ ଓ କ୍ୟାରିୟରକୁ ସୁଧାରିବାକୁ ଚାହୁଁଥିଲେ । ଯାହାର ପ୍ରମାଣ ଦେଉଛି ଏହି ନୋଟ୍ । ଯେଉଁଥିରେ ନଜର ଆସୁଛି ସୁଶାନ୍ତଙ୍କ ଜୀବନର ପୁରା ଫିଲୋସଫି । ସୁଶାନ୍ତଙ୍କ ହାତଲେଖା ଏହି ନୋଟ୍ ପାୱନା ଡ୍ୟାମରେ ଥିବା ତାଙ୍କ ଫାର୍ମ ହାଉସରୁ ମିଳିଛି । ଗୋଟିଏ ପେଜରେ ଲେଖାଅଛି ୨୭ ଏପ୍ରିଲ ୨୦୧୮ । ଏହି ସମୟ ବେଳକୁ ସୁଶାନ୍ତ ସିଂ କେଦାରନାଥ ଫିଲ୍ମର ସୁଟିଂ ପାଇଁ ପ୍ରସ୍ତୁତ ହେଉଥିଲେ । ଆଉ ସେହି ସମୟରେ ସୁଶାନ୍ତଙ୍କ ନିତିଦିନିଆ ରୁଟିନ ଏହି ନୋଟରେ ଲେଖାଯାଇଛି । ଏଥିରେ ମୋଟ୍ ୧୬ଟି ପଏଂଟ ରହିଛି । ଆଉ ସୁଶାନ୍ତଙ୍କ ଦିନର ଆରମ୍ଭ ରାତି ସାଢେ ୨ଟାରୁ ହୋଇଯଉଥିଲା । ଏହାପରେ ସେ କଣ କଣ ସବୁ କରୁଥିଲେ ସେ ବାବଦରେ ନୋଟରେ ଲେଖାଯାଇଛି ।

ସାଢେ ୨ଟାରେ ଉଠିବା
ସୁପରମ୍ୟାନ ଟି’
ତାରାଙ୍କୁ ନୀରିକ୍ଷଣ
ବୈଦିକ ଲେଖା ପଢିବା
କୋଲ୍ଡ ସାୱାର
ଟେନିସ
ଆର୍ଚ୍ଚେରୀ
ସାଓନା, କୋଲ୍ଡ/ହଟ୍ ସାୱାର
‘କେଦାରନାଥ‘ର ସ୍କ୍ରିପ୍ଟ ପଢିବା

ଅର୍ଥାତ ସୁଶାନ୍ତଙ୍କ ଜୀବନ ଥିଲା ବେଶ ଶୃଙ୍ଖଳିତ । ସେ ନିଜ ରୁଚି ଓ ଅଭ୍ୟାସକୁ ଗୁରୁତ୍ୱ ଦେଉଥିଲେ । ଏବଂ ନିଜ କାମକୁ ନେଇ ବି ଥିଲେ ସଂପୂର୍ଣ୍ଣ ସମର୍ପିତ । ସୁଶାନ୍ତଙ୍କ ନୋଟରେ ଅତି ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ନୋ ସ୍ମୋକିଂ । ଏଥିରୁ ଜଣାପଡୁଛି ସୁଶାନ୍ତ ସିଗାରେଟ ପିଇବା ଛାଡି ଦେଇଥିଲେ କିମ୍ବା ଛାଡିବାକୁ ଚାହୁଁଥିଲେ । ରିଆଙ୍କ ଆସିବା ପୂର୍ବରୁ ସୁଶାନ୍ତ ଅତି ବ୍ୟବସ୍ଥିତ ଓ ନିୟନ୍ତ୍ରିତ ଢଙ୍ଗରେ ଜୀବନ ଜୀଉଁଥିଲେ । ଏହି ନୋଟରେ ସ୍ପେଣ୍ଡ ଟାଇମ ୱିଥ କ୍ରିତି ଲେଖାଅଛି ।

ଅର୍ଥାତ ସେତେବେଳେ ସୁଶାନ୍ତଙ୍କ ଜୀବନରେ କ୍ରିତି ସାନନ ଥିଲେ । ଯିଏ ତାଙ୍କ କୋ-ଷ୍ଟାର ଥିଲେ । ଏଥିସହ ମହେଶ ଓ ପ୍ରିୟଙ୍କାଙ୍କ ସହିତ ବୁଲିବାକୁ ଯିବା କଥା ମଧ୍ୟ ଲେଖିଛନ୍ତି । ପ୍ରିୟଙ୍କା ସୁସାନ୍ତଙ୍କ ଭଉଣୀ ଏବଂ ମହେଶ ତାଙ୍କ ବନ୍ଧୁ । ଯିଏ ଟିଭି ସିରିଏଲ ପବିତ୍ର ରିସ୍ତାରେ ତାଙ୍କ ସହ କାମ କରିଥିଲେ । ଅର୍ଥାତ ସେ ସାଙ୍ଗସାଥୀଙ୍କ ସହ ପରିବାର ସହ ମଧ୍ୟ ସଂପର୍କରେ ଥିଲେ, ସେମାନଙ୍କ ସହ ସମୟ ବିତାଇବାକୁ ଚାହୁଁଥିଲେ ।

ପାୱନା ଫାର୍ମ ହାଉସରୁ ମିଳିଥିବା ନୋଟରୁ ଜଣାପଡୁଛି ଯେ, ସୁଶାନ୍ତ ଆଧ୍ୟାତ୍ମବାଦକୁ ନେଇ ମନ୍ଥନ କରୁଥିଲେ । ଗୋଟେଏ ପୃଷ୍ଠାରେ କୈଳାଶ, ସୋମରସ, ତପସ୍ୟା, ଯୋଗ ଏବଂ ଥାର୍ଡ ଆଇ ଭଳି ଶବ୍ଦ ଲେଖାଯାଇଛି । ହିନ୍ଦିରେ କବିରଙ୍କ ଦୋହା ଏବଂ ମୋମେନଙ୍କ ସାଏରୀ ବି ଲେଖାଯାଇଛି ।

କଣ ସୁଶାନ୍ତ ସଂସାରର ରହସ୍ୟକୁ ଖୋଜିବାରେ ଲାଗିଥିଲେ? ହେଲେ କେତେକ ପୃଷ୍ଠାରେ ଲେଖାଯାଇଥିବା ନୋଟରୁ ସୁଶାନ୍ତଙ୍କ ମନରେ ଚାଲିଥିବା ଦ୍ୱନ୍ଦ୍ୱର ସୁରାଗ ମଧ୍ୟ ମିଳୁଛି । ଏମିତି ଏକ ନୋଟରେ ସୁଶାନ୍ତ ଲେଖିଛନ୍ତି ସମସ୍ୟାକୁ କେମିତି ସମାଧାନ କରାଯିବ? ଏବଂ ପୁଣି ଲେଖିଛନ୍ତି ଉଚିତ ଜବାବ ମିଳେନାହିଁ ପ୍ରଶ୍ନର ଉତରରେ କେବଳ ଭଲ ପ୍ରଶ୍ନ ହିଁ ମିଳେ । ଏହିସବୁ ନୋଟରୁ ଜଣାପଡୁଛି, ରିଆ ତାଙ୍କ ଜୀବନରେ ଆସିବା ପୂର୍ବରୁ ସୁଶାନ୍ତ ଜଣେ ଭିନ୍ନ ବ୍ୟକ୍ତି ଥିଲେ ।