ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲା : ଆଜି ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିପାରେ ସିବିଆଇ; ଗେଷ୍ଟହାଉସରେ ବନ୍ଧୁ ସିଦ୍ଧାର୍ଥ ପିଠାନି ଓ ରୋଷେୟାଙ୍କୁ ଚାଲିଛି ଜେରା

362

କନକ ବ୍ୟୁରୋ : ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ କରୁଛି ଖୋଳତାଡ । ଗତ ୩ଦିନ ହେବ ସିବିଆଇ ମାମଲାର ତଦନ୍ତ ଜୋରସୋରରେ କରିବା ସହ ଆଜି ମଧ୍ୟ ଜେରା ଜାରି ରହିଛି । ମାମଲାରେ ସୁଶାନ୍ତଙ୍କ ସାଙ୍ଗ ସିଦ୍ଧାର୍ଥ ପିଠାନୀ, ଘରୋଇ ସହାୟକ ନୀରଜ ଓ ଦିପେଶ ସାୱନ୍ତଙ୍କୁ ଜେରା କରିଛି ସିବିଆଇ । ଆଜି ରିୟା ଚକ୍ରବର୍ତୀଙ୍କୁ ଜେରା କରାଯିବା ସମ୍ଭାବନା ରହିଛି । ଅନ୍ୟପଟେ ଆଜି ବି ସିଦ୍ଧାର୍ଥ ପିଠାନୀ,ନୀରଜ ଓ ଦିପେଶ ସାୱନ୍ତଙ୍କୁ ଜେରା କରିବା ପାଇଁ ସିବିଆଇର ବୈଠକ ବସୁଥିବା ଡିଆଡିଓ ଗେଷ୍ଟହାଉସରେ ପହଁଚିଛନ୍ତି ।ସୁଶାନ୍ତ ଶବବ୍ୟବଚ୍ଛେଦ କରିଥିବା କୁପର ହସପିଟାଲର ଡାକ୍ତରଙ୍କୁ ମଧ୍ୟ ଜେରା କରାଯିବ ।

ଜୁନ ୧୪ରେ ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇବା ପରେ ମୁମ୍ବାଇ ପୁଲିସର ଯେଉଁ ଟିମ ପ୍ରଥମେ ଘଟଣାସ୍ଥଳରେ ପହଁଚିଥିଲା ସେହି ଟିମକୁ ମଧ୍ୟ ସିିବିଆଇ ଟିମ ଜେରା କରାଯିବ । ମାମଲାରେ ରିୟା ଚକ୍ରବର୍ତ୍ତୀ ମୁଖ୍ୟ ଅଭିଯୁକ୍ତ ଅଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ବାପା ରିୟାଙ୍କ ନାଁରେ ପାଟନାରେ ଅଭିଯୋଗ କରିଥିଲୋ ଏଥିରେ ସୁଶାନ୍ତଙ୍କ ମୃତ୍ୟୁର କାରଣ ରିୟା ବୋଲି ଦର୍ଶାଯାଇଥିଲା । ଅର୍ଥ କାରବାର ମାମଲାରେ ଇଡି ରିୟା ଓ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିସାରିଛି । ଏଥିରେ ଇଡି ସନ୍ତୁଷ୍ଟ ନଥିବା ଜଣାପଡିଛି ।