ସୁଶାନ୍ତ ସିଂ ରାଜପୁତଙ୍କ ଜୀବନ ପ୍ରତି ଥିଲା ବିପଦ: ମୃତ୍ୟୁର ଦେଢମାସ ପରେ ବାପା କେକେ ସିଂଙ୍କ ଖୁଲାସା; କହିଲେ, ୫ ମାସ ପୂର୍ବରୁ ଜଣାଇଥିଲେ ବି ପଦକ୍ଷେପ ନେଇନଥିଲା ମୁମ୍ବାଇ ପୋଲିସ

269

କନକ ବ୍ୟୁରୋ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଦେଢମାସ ପରେ ତାଙ୍କ ବାପା କେକେ ସିଂ ଏକ ଭିଡିଓ ଜାରି କରି ନୂଆ ଖୁଲାସା କରିଛନ୍ତି । ସେ କହିଛନ୍ତି, ତାଙ୍କ ପୁଅ ସୁଶାନ୍ତଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସେ ଗତ ଫେବ୍ରୁଆରୀ ୨୫ ତାରିଖରେ ମୁମ୍ବାଇର ବାନ୍ଦ୍ରା ପୋଲିସକୁ ଅବଗତ କରିଥିଲେ । ତେବେ ପୋଲିସ କିଛି ପଦକ୍ଷେପ ନେଇନଥିଲା । ଜୁନ୍ ୧୪ ତାରିଖରେ ସୁଶାନ୍ତଙ୍କ ମୃତ୍ୟୁ ପରେ ପରଦିନ ଅର୍ଥାତ୍ ୧୫ ଜୁନରେ ସେ ପୁଣିଥରେ ବାନ୍ଦ୍ରା ପୋଲିସକୁ ଫୋନ୍ କରିଥିଲେ ।

ପୋଲିସକୁ ଅନୁରୋଧ କରିଥିଲେ ଯେ, ୨୫ ଫେବ୍ରୁଆରୀରେ ସେ ଅଭିଯୋଗ ଆଣିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ତେବେ ସୁଶାନ୍ତଙ୍କ ମୃତ୍ୟୁର ୪୦ ଦିନ ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା । ଏହାପରେ ସେ ପାଟନା ଯାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପାଟନା ପୋଲିସ ତୁରନ୍ତ ଆକ୍ସନ ମୋଡକୁ ଆସି ତଦନ୍ତ ଆରମ୍ଭ କରିଛି ହେଲେ ଅଭିଯୁକ୍ତ ଏବେ ଫେରାର ହୋଇଯାଇଥିବା ସୁଶାନ୍ତଙ୍କ ବାପା କେକେ ସିଂହ ଅଭିଯୋଗ କରିଛନ୍ତି ।

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତରେ ଲାଗିଛି ରାଜନୀତିର ରଙ୍ଗ  । ମୁହାଁମୁହିଁ ହୋଇଛନ୍ତି ଦୁଇ ରାଜ୍ୟ, ବିହାର ଓ ମହାରାଷ୍ଟ୍ର  । ତଦନ୍ତ ପାଇଁ ବିହାର ପୁଲିସ୍ ମୁମ୍ବାଇରେ ଥିବା ବେଳେ ମହାରାଷ୍ଟ୍ର ପୁଲିସ୍ ସହଯୋଗ କରୁନଥିବା ଅଭିଯୋଗ ହୋଇଛି  । ଏପରିକି ଜାଣିଶୂୁଣି ତଦନ୍ତ ପାଇଁ ମୁମ୍ବାଇ ଯାଇଥିବା ଜଣେ ଅଧିକାରୀଙ୍କୁ କ୍ୱାରେଂଟିନରେ ରଖାଯାଇଥିବା ବିହାର ପୁଲିସ୍ ଅଭିଯୋଗ କରିଛି  ।