କାହିଁକି ଆତ୍ମହତ୍ୟା କଲେ ସୁଶାନ୍ତ? ବଲିଉଡ ଜଗତର ପରଦା ପଛର କାହାଣୀକୁ ନେଇ ଚର୍ଚ୍ଚା, କଳାକାର କହିଲେ ବଲିଉଡରେ ଚାଲିଛି ପ୍ରୀୟାପ୍ରୀତି ତୋଷଣ, ପ୍ରତିଭାକୁ ମିଳୁନାହିଁ ସୁଯୋଗ, ସାମ୍ନାକୁ ଆସୁଛି ରଙ୍ଗୀନ ଦୁନିଆଁର ନିଷ୍ଠୁର ସତ ।

Advertisment
କାହିଁକି ଆତ୍ମହତ୍ୟା କଲେ ସୁଶାନ୍ତ? ବଲିଉଡ ଜଗତର ପରଦା ପଛର କାହାଣୀକୁ ନେଇ ଚର୍ଚ୍ଚା, କଳାକାର କହିଲେ ବଲିଉଡରେ ଚାଲିଛି ପ୍ରୀୟାପ୍ରୀତି ତୋଷଣ, ପ୍ରତିଭାକୁ ମିଳୁନାହିଁ ସୁଯୋଗ, ସାମ୍ନାକୁ ଆସୁଛି ରଙ୍ଗୀନ ଦୁନିଆଁର ନିଷ୍ଠୁର ସତ ।

କନକ ବ୍ୟୁରୋ: ରାଜନୀତି ଭଳି ବଲିଉଡକୁ ମଧ୍ୟ ପରିବାରବାଦ କବଳିତ କରିିଛି । ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ମାୟାନଗରରୀ ଭେଦଭାବ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି । ଫିଲ୍ମ ଇଣ୍ଡଷ୍ଟ୍ରିର ଏହି ପାତର ଅନ୍ତରକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି, କ୍ରିଷ୍ଣା ବେଉରା ଭଳି ପ୍ରତିଷ୍ଠିତ କଣ୍ଠଶିଳ୍ପୀ । ସେହିପରି ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ତାଙ୍କ ବିଷୟରେ ଚର୍ଚ୍ଚାନ କରି ମାନସିକ ଅବସାଦ ଉପରେ ଚର୍ଚ୍ଚା କରିବାକୁ ମତ ରଖିଛନ୍ତି ପ୍ରଯୋଜକ ନୀଳମାଧବ ପଣ୍ଡା ।

ବଲିଉଡରେ ପ୍ରୀୟାପ୍ରୀତି ତୋଷଣ ପ୍ରସଙ୍ଗ ଏବେ ଚର୍ଚ୍ଚାରେ ରହିିଛି । ରାଜନୀତି ଭଳି ବଲିଉଡରେ ମଧ୍ୟ ପରିବାରବାଦର ଦବଦବା ରହିଛି । ମାୟାନଗରରୀ  ପାତର ଅନ୍ତର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଜୀବନ ନେଇଥିବା ଚର୍ଚ୍ଚା ହେଉଛି । ମାୟାନଗରୀର ଭେଦ-ଭାବକୁ ନେଇ ଫିଲ୍ମ କଳାକାରମାନେ ମୁହଁ ଖୋଲୁଛନ୍ତି । ମୌଲା ମେରି ଲେ ଲେ ମେରି ଜାନ ଗୀତ ଗାଇ ବଲିଉଡକୁ ଚହଲାଇ ଦେଇଥିବା କଣ୍ଠଶିଳ୍ପୀ କ୍ରୀଷ୍ଣା ବେଉରା ସମାନ ଅଭିଯୋଗ ଆଣିି ଫେସବୁକରେ ପୋଷ୍ଟ କରି ଲେଖିଛନ୍ତି, ବହୁ ହିଟ୍ ସଙ୍ଗୀତ ଭେଟିଦେବା ପରେ ବି ତାଙ୍କ ପାଖରେ କାମ ନାହିଁ । ଆଉ ଏହାର କାରଣ ଫିଲ୍ମଇଣ୍ଡଷ୍ଟ୍ରିର ପ୍ରତିଷ୍ଠିତ ପରିବାରରୁ କିମ୍ବା ଧନୀ ପରିବାରରୁ ଆସି ନାହାନ୍ତି ବୋଲି ସେ କ୍ଷୋଭର ସହ କହିଛନ୍ତି । ସେହିପରି ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ପ୍ରୀୟାପ୍ରୀତି ତୋଷଣକୁ ନେଇ ବଲିଉଡ ଉପରେ ବର୍ଷିଛନ୍ତି ।

ବଲିଉଡର ପ୍ରୀୟାପ୍ରୀତି ତୋଷଣକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଭିନ୍ନ ମତ ରଖିଛନ୍ତି ଫିଲ୍ମ ପ୍ରଯୋଜକ ନୀଳ ମାଧବ ପଣ୍ଡା । କହିଛନ୍ତି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ବ୍ୟକ୍ତିଗତ କାରଣକୁ ନେଇ ଏତେ ଚର୍ଚ୍ଚା କରିବା ଠିକ ନୁହେଁ । ମାନସିକ ଅବସାଦରୁ ଏପରି ଚରମ ପଦକ୍ଷେପ ସୁଶାନ୍ତ ସିଂ ରାଜପୁତ ନେଇଥିବାରୁ ମାନସିକ ଅବସାଦ ଉପରେ ଚର୍ଚ୍ଚା ହେବା ଉଚିତ ।

ସେହିପରି ସୁଶାନ୍ତ ସିଂ ରାଜପୁତଙ୍କ ଏକ ଭିଡିଓ ସେୟାର କରି ଟୁଇଟ କରିଛନ୍ତି ବଲିଉଡ ଅଭିନେତା ପ୍ରକାଶ ରାଜ । ପ୍ରୀୟାପ୍ରୀତି ତୋଷଣ କିପରି ଫିଲ୍ମ ଜଗତକୁ କବଳିତ କରିଛି ଓ ସେ ମଧ୍ୟ ଭେଦଭାବର ଶିକାର ହୋଇଥିବା ଟୁଇଟରେ ଲେଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe