ପୁଣି ଉଠିଲା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ରିଆ ଚକ୍ରବର୍ତୀ ଓ ଭାଇ ସୌଭିକ ଚକ୍ରବର୍ତୀ ନାଁରେ କୋର୍ଟରେ ଚାର୍ଜସିଟ ଦାଖଲ କଲା ଏନସିବି

299

କନକ ବ୍ୟୁରୋ: ପୁଣି ଥରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତିଙ୍କ ଅଡୁଆ ବଢିଛି । ନାର୍କୋଟିକସ କଂଟ୍ରୋଲ ବ୍ୟୁରୋ ରିୟା ଚକ୍ରବର୍ତୀଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜ ଦାଖଲ କରିଛି । ୨ ବର୍ଷ ତଳେ ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏନସିବି ଏହି ମାମଲାରେ ଡ୍ରଗସ ଲିଙ୍କର ଯାଂଚ କରିଥିଲା । ତେବେ ଡ୍ରଗସ ମାମଲା ଖୋଳତୋଡ ପରେ ଏନସିବି ପଂଝାକୁ ଆସିଥିଲେ ଅନେକ ବଡ ନାମିଦାମୀ ଚେହେରା । ତେବେ ବୁଧବାର ରିୟା ଚକ୍ରବର୍ତୀଙ୍କ ସମେତ ତାଙ୍କ ଭାଇ ଶୌଭିକ୍ ଓ ସୁଶାନ୍ତ ସିଂଙ୍କ ମ୍ୟାନେଜର , ରୋଷେୟା ଙ୍କ ସମେତ ୩୫ ଜଣଙ୍କ ବିରୋଧରେ ଏନସିବି ଏକ ସ୍ୱତନ୍ତ୍ର ଅଦାଲତରେ ଚାର୍ଜସିଟ୍ ଦାୟର ହେଇଛି । ତେବେ ସମସ୍ତ ଆରୋପୀଙ୍କ ବିରୋଧରେ ନିଶା ଦ୍ରବ୍ୟ ସେବନ ତଥା ବିକ୍ରି ଓ କିଣିବା ସର୍ମ୍ପକିତ ଅଭିଯୋଗ ଲାଗିଥିଲା । ତେବେ ଏହି ମାମଲାର ପରବର୍ତୀ ଶୁଣାଣି ଜୁଲାଇ ୧୨ ରେ ହେବ ।