ସୁଶାନ୍ତଙ୍କ ପରିବାରରେ ଦୁଃଖର ପାହାଡ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବରକୁ ସହିପାରିଲେନି ସଂପର୍କୀୟ ଭାଉଜ, ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ସମୟରେ ହିଁ ଆଖି ବୁଜିଦେଲେ ସୁଧା

32,731

କନକ ବ୍ୟୁରୋ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ତାଙ୍କ ପରିବାରଠାରୁ ଆରମ୍ଭ କରି ପ୍ରଶଂସକ ଏବଂ ସଂପୂର୍ଣ୍ଣ ସିନେ ଜଗତ ସ୍ତବ୍ଧ ହୋଇପଡିଛି । ସୁଶାନ୍ତଙ୍କ ଆତ୍ମହତ୍ୟା କରିବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ପରିବାର ଏବଂ ସୁଶାନ୍ତଙ୍କ ମୃତ୍ୟୁ ଶବର ଶୁଣି ଅବସାଦ ଗ୍ରସ୍ତ ହୋଇ ତାଙ୍କର ଜଣେ ସଂପର୍କୀୟ ଭାଉଜଙ୍କ ଅକସ୍ମାତ୍ ମୃତ୍ୟୁ ଘଟିଛି ।

ମିଳିଥିବା ଖବର ଅନୁସାରେ, ସୋମବାର ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ପାଇବା ପରେ ବିହାରର ପୂର୍ଣ୍ଣିୟା ଜିଲ୍ଲା ସ୍ଥିତ ପୈତୃକ ଗାଁରେ ରହୁଥିବା ସୁଶାନ୍ତଙ୍କର ସଂପର୍କୀୟ ଭାଉଜ ସୁଧା ଦେବୀଙ୍କ ଅତସ୍ମାତ୍ ମୃତ୍ୟୁ ଘଟିଛି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର ଗାଁରେ ପହଂଚିଥିବା ପରେ ତାଙ୍କର ସଂପର୍କୀୟ ଭାଉଜ ସୁଧା ଦେବୀଙ୍କୁ ଝଟକା ଲାଗିଥିଲା ଆଉ ସେ ବି ଡିପ୍ରେସନକୁ ଚାଲିଯାଇଥିଲେ ।

ସୁଶାନ୍ତଙ୍କ ବିୟୋଗରେ ସେ ଖାଇବା ପିଇବା ମଧ୍ୟ ଛାଡି ଦେଇଥିଲେ । ସେପଟେ ମୁମ୍ବାଇରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ଚାଲିଥାଏ, ଏପଟେ ସୁଧା ଦେବୀଙ୍କର ମୃତ୍ୟୁ ଖବର ଆସିଥିଲା । ତେବେ ପରିବାର ଲୋକଙ୍କ କହିବା ଅନୁସାରେ, ସୁଧା ଦେବୀଙ୍କ ମୃତ୍ୟୁ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ଚାଲିଥିବା ସମୟରେ ଘଟିଥିଲା । ସୁଶାନ୍ତଙ୍କ ମୃତ୍ୟୁ ପରେ ଏବେ ତାଙ୍କର ସଂପର୍କୀୟ ଭାଉଣଙ୍କ ମୃତ୍ୟୁ ଖବର ହେବା କାରଣରୁ ସୁଶାନ୍ତଙ୍କ ପରିବାରରେ ସତେ ଯେମିତି ଦୁଃଖର ପାହାଡ ଭାଙ୍ଗି ପଡିଛି ।