କନକ ବ୍ୟୁରୋ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଅଢେଇ ବର୍ଷ ହୋଇଗଲାଣି । କିନ୍ତୁ ତାଙ୍କୁ ଏବେବି ଝୁରୁଛନ୍ତି ପ୍ରଶଂସକ । ଏବେବି ମନେପକାଉଛି ବଲିଉଡ୍ । ୨୦୨୦ ଜୁନ୍ ୧୪ ତାରିଖରେ ଆତ୍ମହତ୍ୟା କରିଥିଲେ ସୁଶାନ୍ତ । ତାଙ୍କର ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ଏ ଦୁଃସମୟକୁ ପାଖାପାଖି ଅଢେଇ ବର୍ଷ ହେଲାଣି । ହେଲେ ଏବେବି ସେ ରହୁଥିବା ମୁମ୍ବାଇର ଡୁପ୍ଲେକ୍ସ ଫ୍ଲାଟ୍ ଖାଲି ପଡିଛି ।

Advertisment

ସୁଶାନ୍ତ ମୁମ୍ବାଇ ବାନ୍ଦ୍ରା ୱେଷ୍ଟରେ ଏକ ଡୁପ୍ଲେକ୍ସ ଫ୍ଲାଟରେ ଭଡା ଘରେ ରହୁଥିଲେ । ଏହି ଫ୍ଲାଟରେ ହିଁ ସେ ଆତ୍ମହତ୍ୟା କରିଥିଲେ । ଏବେ ଏହି ଘରେ ଆଉ କେହି ରହିବାକୁ ରାଜି ହେଉନାହାଁନ୍ତି । ଏହି ଫ୍ଲାଟର ମାସିକ ଭଡା ହେଉଛି ୪.୫ ଲକ୍ଷ ଟଙ୍କା । କିନ୍ତୁ ଏବେ ଏଠାରେ ରହିବାକୁ କେହିବି ରାଜି ନୁହଁନ୍ତି । ଯଦିବି କେହି ଭଡାରେ ରହିବାକୁ ରାଜି ହେଉଛି ହେଲେ ପଡୋଶୀଙ୍କ ଠାରୁ ଭିନ୍ନ ଭିନ୍ନ କାହାଣୀ ଶୁଣି ମନା କରି ଦେଉଛନ୍ତି ।

ଏହି ଫ୍ଲାଟରେ ରହିବାକୁ ସୁଶାନ୍ତ ୨୦୧୯ରେ ସିଫ୍ଟ ହୋଇଥିଲେ । ତାଙ୍କ ସହ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ କିଛି ସାଙ୍ଗ ମଧ୍ୟ ରହୁଥିଲେ ।