ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ ଘଟଣା : ୧୬ ରେ ପହଂଚିଲାଣି ଗିରଫଦାରୀ ସଂଖ୍ୟା, ତେବେ ସୂର୍ଯ୍ୟଦୀପଙ୍କ ନାଁକୁ ନେଇ ଚାଲିଛି ଚର୍ଚ୍ଚା

455

କନକ ବ୍ୟୁରୋ : ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ ଘଟଣାରେ ଏଯାଏଁ ଗିରଫ ହେଲେଣି ୧୬ ଜଣ । ତେବେ ଦିନକୁ ଦିନ ସାମ୍ନାକୁ ନୂଆ ଚେହେରା ଆସୁଛି । ଏହି ତାଲିକାରେ ଯୋଡି ହୋଇଛି ସୂର୍ଯ୍ୟଦୀପଙ୍କ ନାଁ । କିଏ ଏହି ସୂର୍ଯ୍ୟଦୀପ ? ସୁଶାନ୍ତ ସିଂ ରାଜପୁତଙ୍କ ପୁରୁଣା ଘର କେପରି ହାଇଟ୍ ଓ ମୋଂଟ ବ୍ଲାକ ବିଲ୍ଡିଂ ନିୟମିତ ଯିବା ଆସିବା କରୁଥିଲା । ଶୋଭିକ୍ ସହ ସବୁ ବେଳେ ଏକାଠି ଦେଖିବାକୁ ମିଳୁଥିବା ସୂର୍ଯ୍ୟଦୀପଙ୍କୁ । ଏପରିକି ହାଇ ଏଂଡ ଡ୍ରଗ ପାର୍ଟିକୁ ଶୋଭିକ୍କୁ ପରିଚିତ କରାଥିବା ବ୍ୟକ୍ତି ହେଉଛି ଏହି ବ୍ୟକ୍ତି ଜଣକ । ଏକାଧିକ ଡ୍ରଗ୍ ବେପାରୀଙ୍କ ସହ ଶୋଭିକ୍କୁ ସେ ପରିଚିତ କରାଥିବା ଅଭିଯୋଗ ହେଉଛି ।

୭ ଜଣ ବିଚାର ବିଭାଗୀୟ ହାଜତରେ ଥିବା ବେଳେ ଗୋଆରେ ଏଯାଏଁ ୨ ଜଣଙ୍କୁ ଗିରଫ କରାଯାଇଛି । ୬ ଜଣଙ୍କୁ କୋର୍ଟରେ ଭିଡିଓ କନଫରେନ୍ସିଂ ଜରିଆରେ ହାଜର କରାଯିବ ପାଇଁ ଦିନ ଧାର୍ଯ୍ୟ ହୋଇଛି । ସେମାନେ ହେଲେ  ଡ୍ରଗ୍ସ ଯୋଗାଉଥିବା କରମଜିତ୍ ସିଂହ ଆନନ୍ଦ, ସଂକେତ ପଟେଲ- କରମଜିତ୍ର ଯୋଗାଣ ଚେନ୍ର ଜଣେ ସଦସ୍ୟ, ଅଟୋ ଚାଳକ ସଂଦୀପ ଗୁପ୍ତା ଜଣେ ଗଂଜେଇ ଯୋଗାଣକାରୀ ଓ ତାର ସାଙ୍ଗ ଅଫତାବ୍ ଫତେହ ଅନ୍ସାରୀ, ଡ୍ୱାନ୍ ଫର୍ନାଡେସ ଶୋଭିକ୍ ଜରିଆରେ ସୁଶାନ୍ତ ପାଇଁ ଡ୍ରଗ୍ସ ଯୋଗାଇଥିଲା,  ଅଂକୁଶ ଅରେଂଜ ହେଉଛି, କରମଜୀତ ଓ ଅନୁଜ କେଶବାନୀ ନେଟ୍ୱର୍କର ଅଂଶୀଦାର ।