ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଜୋରଦାର ଆଗକୁ ବଢ଼ୁଛି ତଦନ୍ତ: ଆଜି ପୁଣି ଏନସିବି ନିକଟରେ ହାଜର ହେବେ ରିୟା; ଡ୍ରଗ୍ସ କାରବାର ମାମଲାରେ କାଲି ହୋଇଥିଲା ୬ ଘଂଟା ଜେରା

114

କନକ ବ୍ୟୁରୋ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ଜୋରଦାର ଆଗକୁ ବଢ଼ୁଛି । ରିୟାଙ୍କୁ ଡ୍ରଗ୍ସ କାରବାର ମାମଲାରେ ଆଜି ପୁଣି ହାଜର ହେବାକୁ ଏନସିବି ସମନ ଜାରି କରିଛି । ରିୟା ଚକ୍ରବର୍ତିଙ୍କୁ ରବିବାର ୬ ଘଂଟା ଜେରା କରିଛି ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ । ଏହି ଜେରା ବେଳେ ରିୟାଙ୍କୁ ଏନସିବି ଅଧିକାରୀ ବହୁ ଗୁରୁତ୍ୱପୂୂର୍ଣ୍ଣ ପ୍ରଶ୍ନ ପଚାରିିଥିବା ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ଏନସିବି ଅଧିକାରୀ କରିଥିବା ପ୍ରଶ୍ନ ଗୁଡିକ ହେଉଛି, ସୁଶାନ୍ତ ରାଜପୁତ ଡ୍ରଗ୍ସ ନେଉଥିଲେ କି? ଆପଣ ବି ଡ୍ରଗ୍ସ ସେବନ କରନ୍ତି କି ? କିଏ ଆପଣଙ୍କ ପାଖରେ ଡ୍ରଗ୍ସ ପହଂଚାଉଥିଲେ? ସପ୍ଲାୟର ପାଖକୁ ଯାଇ କିଏ ଡ୍ରଗ୍ସ ଆଣୁଥିଲେ?

କେବେ ଆପଣ ସୁଶାନ୍ତ ସିଂ ରାଜପୁତଙ୍କୁ ଡ୍ରଗ୍ସ ନେବା ପାଇଁ ବାଧ୍ୟ କରିଛନ୍ତି କି? ସୁଶାନ୍ତ କେବେ ଡ୍ରଗ୍ସର ଓଭରଡୋଜ ନେଇଛନ୍ତି କି ? ଯଦି ହଁ, ତେବେ ଆପଣ ତାଙ୍କୁ ଅଟକାଇଛନ୍ତି କି ? ଯଦି ସୁଶାନ୍ତ ଡ୍ରଗ୍ସ ନେଉଥିଲେ, ତାଙ୍କ ପରିବାରକୁ ଏସଂପର୍କରେ କେବେ ଜଣାଇଛନ୍ତି କି? ଯଦି ସୁଶାନ୍ତ ଡ୍ରଗ୍ସ ନେଉଥିଲେ, ଏହି ଅଭ୍ୟାସ କେବେଠୁ ଆରମ୍ଭ ହୋଇଥିଲା ? ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ଯୋଡି ହେବା ପରେ ତତ୍ପର ହୋଇଛି ଏନସିବି । ଏନସିବି ୩୬ ଘଂଟା ଭିତରେ ଗୋଟିଏ ପରେ ଗୋଟିଏ ୩ଟି ଗିରଫଦାରି କରିଥିଲା । ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତି, ବନ୍ଧୁ ସାମୁଏଲ ମିରାଣ୍ଡା ଓ ସୁଶାନ୍ତଙ୍କ ରୋଷେୟା ଦିପେଶ ସାୱନ୍ତଙ୍କୁ ଗିରଫ କରିଛି ।