ସୁଶାନ୍ତଙ୍କ ସୁଇସାଇଡ୍ ମିଷ୍ଟ୍ରିର ଖୋଲିବ କି ଖିଅ? ସିବିଆଇ ଯାଞ୍ଚ ପାଇଁ ସୁପାରିଶ, ଟ୍ୱିଟ କଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସିବିଆଇ ତଦନ୍ତ ପାଇଁ ଅନୁରୋଧ କରିଥିଲେ ସୁଶାନ୍ତଙ୍କ ବାପା । ତଦନ୍ତ ନେଇ ବିହାର ଓ ମୁମ୍ବାଇ ପୋଲିସ ଭିତରେ ଚାଲିଛି ଟଣାଓଟରା ।

235

କନକ ବ୍ୟୁରୋ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଦ୍ୱାରା ତଦନ୍ତ କରିବାକୁ ସୁପାରିଶ  । ଏଥିପାଇଁ ସୁପାରୀଶ କରିଛନ୍ତି ବିହାର ସରକାର । ଏନେଇ ଟ୍ୱିଟ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏହି ମାମଲାର ସିବିଆଇ ଯାଂଚ ପାଇଁ କେନ୍ଦ୍ରକୁ ସୁପାରିଶ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସୁଶାନ୍ତଙ୍କ ବାପା କେକେ ସିଂହ ମଙ୍ଗଳବାର ନୀତିଶ କୁମାରଙ୍କ ସହ କଥା ହୋଇ ସିବିଆଇ ଯାଂଚ ପାଇଁ ସୁପାରୀଶ କରିବାକୁ ଅନୁରୋଧ କରିଥିଲେ । ସୁଶାନ୍ତଙ୍କ ପିତା ଅଭିଯୋଗ କରିବା ପରେ ବିହାର ପୋଲିସ ମୁମ୍ବାଇ ଯାଇ ଯାଂଚ ଆରମ୍ଭ କରିଥିଲା । ହେଲେ ମୁମ୍ବାଇ ପୋଲିସ ସହଯୋଗ କରୁନଥିବା ଅଭିଯୋଗ କରିଛନ୍ତି ବିହାର ପୋଲିସ  ଓ ସୁଶାନ୍ତଙ୍କ ଓକିଲ ।

ସେପଟେ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ନେଇ ମୁମ୍ବାଇ ପୋଲିସ ଓ ବିହାର ପୋଲିସ ମୁହାଁମୁହିଁ ହୋଇଛି । ବିହାର ପୋଲିସ ଅଧିକାରୀଙ୍କୁ କ୍ୱାରେନଟିନରେ ରଖିବା ପରେ ଏହି ବିବାଦ ଅଧିକ ହୋଇଛି । ବିହାର ଡିଜିପି କହିଛନ୍ତି ମୁମ୍ବାଇ ପୋଲିସ ସହ କଥା ହୋଇ ପାଟନା ଏସପି ବିହାରରୁ ଯାଇଥିଲେ । ହେଲେ ଜାଣିଶୁଣି ଏଭଳି ତଦନ୍ତରେ ସହଯୋଗ କରୁ ନାହାଁନ୍ତି  ।

Comments are closed.