ସୁଶାନ୍ତ ସିଂହ ମାମଲାରେ ବଢ଼ିଲା ବିହାର ମୁମ୍ବାଇ ପୋଲିସ ବିବାଦ: ପାଟନା ଏସପିଙ୍କୁ ବିଏମସି ଅଧିକାରୀ ଜୋର ଜବରଦସ୍ତ କ୍ୱାରେନଟିନରେ ରଖିବା ନେଇ ଖପ୍ପା ନୀତିଶ କୁମାର

ସେପଟେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଲେ, ସୀମା ଲଂଘୁଛି ବିହାର ପୁଲିସ

485

କନକ ବ୍ୟୁରୋ: ସୁଶାନ୍ତ ସିଂହ ମାମଲାରେ ମୁମ୍ବାଇ ତଦନ୍ତ କରିବାକୁ ଯାଇଥିବା ବିହାର ପାଟନା ଏସପିଙ୍କୁ ବିଏମସି ଅଧିକାରୀ କ୍ୱାରେଟିନରେ ରଖିବାକୁ ନେଇ ତେଜିଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତି ଦୁଇ ରାଜ୍ୟର ସରକାର । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଯାହା ହୋଇଛି ଠିକ୍ ହୋଇନାହିଁ । ଅନ୍ୟପଟେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଛନ୍ତି  ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତ ଠିକ ଢ଼ଙ୍ଗରେ କରୁଛି ମୁମ୍ବାଇ ପୋଲିସ  । ସେହିପରି ମୁମ୍ବାଇ ପୋଲିସ କମିଶନର କହିଛନ୍ତି ମୁମ୍ବାଇରେ ବିହାର ପୋଲିସ ତଦନ୍ତ କରିବାର ଅଧିକାର ନାହିଁ ।

ତେବେ କାହାକୁ କ୍ୱାରେନଟିନରେ ରଖାଯିବ ଏହା ମୁମ୍ବାଇ ମହାନଗର ନିଗମର ଅଧିକାର ପରିସରଭୁକ୍ତ । ଏଥିରେ ମୁମ୍ବାଇ ପୋଲିସର କୌଣସି ଭୂମିକା ନାହିଁ । ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ ପାଇଁ ପାଟନା ଏସପି ବିନୟ ତିୱାରୀ ଗତକାଲି ମୁମ୍ବାଇ ଯିବା ପରେ ତାଙ୍କୁ ମୁମ୍ବାଇ ମହାନଗର ନିଗମ ଅଧିକାରୀମାନେ କ୍ୱାରେନଟିନରେ ରଖିଛନ୍ତି । ଏହି ଖବର ଆସିବା ପରେ ଦୁଇ ରାଜ୍ୟର ପୋଲିସ ମଧ୍ୟରେ ଚାଲିଥିବା ବିବାଦ ଏବେ ରାଜନୈତିକ ରୂପ ନେଇଛି । ରାଜନେତାମାନେ ପରସ୍ପରକୁ ଦୋଷାରୋପ କରିଛନ୍ତି ।

ବଲିଉଡ୍ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବା ପାଇଁ ବିହାର ପୋଲିସର ଏକ ଟିମ୍ ମୁମ୍ବାଇ ଯାଇଛି । ଏହି ଟିମର ମୁଖ୍ୟ ଭାବେ ତଦନ୍ତ କରିବାକୁ ବିନୟ କୁମାର ଗତକାଲି ମୁମ୍ବାଇରେ ପହଁଚିଥିଲେ । ଏବଂ ବିଭିନ୍ନ ଦୃଷ୍ଟିକୋଣରୁ ତଦନ୍ତ କରିବେ ବୋଲି କାଲି ସୂଚନା ଦେଇଥିଲେ । ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ତାଙ୍ ପ୍ରେମିକା ରିଆ ଉସକାଇଥିବା ଅଭିଯୋଗ କରି ସୁଶାନ୍ତଙ୍କ ବାପା ଅଭିଯୋଗ କରିବା ପରେ ମୁମ୍ବାଇ ଯାଇ ତଦନ୍ତ ଆରମ୍ଭ କରିଛି ବିହାର ପୋଲିସ୍ ।