ରିୟାଙ୍କୁ ଆଜି ପୁଣି ପଚରା ଉଚରା କରିବ ଇଡି । ଭାଇ ସୌଭିକ୍, ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତି ଓ ସୁଶାନ୍ତଙ୍କ ବିଜନେସ୍ ମ୍ୟାନେଜରଙ୍କୁ ବି କରିବ ଜେରା

ବେଆଇନ ଅର୍ଥନେତିକ କାରବାର ଅଭିଯୋଗର ଖୋଳତାଡ କରୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ

193

କନକ ବ୍ୟୁରୋ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ସହ ଜିଡିତ ମାମଲାରେ ଆଜି ଅଭିନେତ୍ରୀ ରିଆ ଚକ୍ରବର୍ତିଙ୍କୁ ପୁଣି ପଚରାଉଚରା କରିବ ଇଡି । ରିଆଙ୍କ ସମେତ ଭାଇ ସୌଭିକ ଚକ୍ରବର୍ତି, ପିତା ଇନ୍ଦ୍ରଜିତ୍ ଚକ୍ରବର୍ତି ଓ ସୁଶାନ୍ତଙ୍କ ବିଜନେସ୍ ମ୍ୟାନେଜର ଶ୍ରୁତି ମୋଦିଙ୍କୁ ପଚରାଉଚରା ମଧ୍ୟ କରିବ । ଏଥିପାଇଁ ହାଜର ହେବାକୁ ସେମାନଙ୍କୁ ସମନ ପଠାଇଛି ଇଡି । ସୌଭିକଙ୍କୁ ଶନିବାର ପ୍ରାୟ ୧୮ ଘଂଟା ଧରି ପଚରାଉଚରା କରାଯାଇଥିଲା । ସୌଭିକଙ୍କୁ ଶନିବାର ଦିନ ଓ ରାତି ସାରା ପଚରାଉଚରା କରିଥିଲେ ଇଡିର ବରିଷ୍ଠ ଅଧିକାରୀ ।

ଏଥିସହ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ରିଆ ଚକ୍ରବର୍ତିଙ୍କୁ ଗତ ସାତ ତାରିଖରେ ପ୍ରାୟ ୮ଘଂଟା ଧରି ପଚରାଉଚରା କରାଯାଇଥିଲା । ଶୁକ୍ରବାର ରିଆଙ୍କ ବାପା, ଚାଟାର୍ଡ ଆକାଉଂଟାଂଟ ରିତେଶ ଶାହା ଓ ବିଜନେସ ମ୍ୟାନେଜର ଶ୍ରୁତି ମୋଦିଙ୍କୁ ବି ପଚରାଉଚରା କରାଯାଇଥିଲା । ଅଧିକାରୀଙ୍କ ସୂଚନା ଅନୁସାରେ ରିଆଙ୍କ ଆୟ, ନିବେଶ , ଅର୍ଥନୈତିକ କାରବାର ନେଇ ପଚରାଉଚରା କରାଯାଉଛି । ବିଶେଷ କରି ମୁମ୍ବାଇର ଖାର ଅଂଚଳ ଓ ନଭିମୁମ୍ବାଇରେ ରିଆଙ୍କର ଥିବା ସମ୍ପତି ଉପରେ ଇଡିର ନଜର ରହିଛି । ସୁଶାନ୍ତଙ୍କ ଆକାଉଂଟରୁ ରିଆଙ୍କ ଖାତାକୁ ୧୫ କୋଟି ଟଙ୍କା ଟ୍ରାନ୍ସଫର ହୋଇଥିବା ସୁଶାନ୍ତଙ୍କ ପିତା ଅଭିଯୋଗ କରିବା ପରେ ମାମଲା ରୁଜୁ କରି ତଦନ୍ତ କରୁଛି ଇଡି ।