ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା । ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନରେ ଅଭିନେତା ଆତ୍ମହତ୍ୟା କରିଥିବା ସୂଚନା । ସୁଶାନ୍ତଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ । ମହେନ୍ଦ୍ର ସିଂହ ଧୋନୀଙ୍କ ବାୟୋପିକରେ ମୁଖ୍ୟ ଭୂମିକାରେ ଅଭିନୟ କରି ପ୍ରଶଂସା ସାଉଁଟିଥିଲେ । ଧାରାବାହିକ ‘ପବିତ୍ର ରିସ୍ତା’ ରୁ ଲୋକପ୍ରିୟ ହୋଇଥିବା ସୁଶାନ୍ତଙ୍କ ପ୍ରଥମ ସିନେମା କାଇ ପୋ ଛେ ଥିଲା ।
ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଏବେ ପର୍ଯ୍ୟନ୍ତ ତାଙ୍କର ଏଭଳି ନିଷ୍ପତ୍ତିର କାରଣ ଜଣାପଡିନାହିଁ । ସୁଶାନ୍ତ ବଲିଉଡର ଲୋକପ୍ରିୟ ଅଭିନେତାଙ୍କ ଭିତରୁ ଜଣେ ଥିଲେ । ଟିଭି ଅଭିନେତା ରୁପେ ଅଭିନୟ ଜଗତରେ ସେ ପାଦ ଥାପିଥିଲେ । ତାଙ୍କ ଅଭିନିତ ପ୍ରଥମ ହିନ୍ଦୀ ଧାରାବାହିକ ‘କିସ୍ ଦେଶ୍ ମେ ହେ ମେରା ଦିଲ୍’ ଥିବାବେଳେ ତାଙ୍କୁ ଅସଲ ପରିଚୟ ମିଳିଥିଲା ଏକତା କପୁରଙ୍କ ଧାରାବାହିକ ‘ପବିତ୍ର ରିସ୍ତା’ ରୁ । ଏହାପରେ ସେ ବଲିଉଡ୍ ଜଗତରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କ ଅଭିନିତ ପ୍ରଥମ ଫିଲ୍ମ ‘କାଇ ପୋ ଛେ’ କୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଏହାପରେ ସୁଧ୍ ଦେଶୀ ରୋମାନ୍ସ , ଏମ୍ ଏସ୍ ଧୋନୀ , କେଦାରନାଥ୍ , ରାବତା , ଛିଛୋରେ ଭଳି ସିନେମାରେ ସେ ନଜର ଆସିଥିଲେ । ତାଙ୍କ ଅଭିନିତ ଶେଷ ସିନେମା ଥିଲା କେଦାରନାଥ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/06/36-2.jpg)
/kanak/media/post_attachments/wp-content/uploads/2020/06/5d8ef6972100005b00fcab6d-300x182.jpeg)