ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାର କେସ୍ ଏବେ ସିବିଆଇ ହାତରେ । ଏହି ମାମଲାରେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଜାଚିକାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏବେ ଏନେଇ ପ୍ରଶ୍ନ ଉଠୁଛି ଯେ , କ’ଣ ସିବିଆଇ ରିୟାଙ୍କୁ ଗିରଫ କରିବ ? ସିବିଆଇ ପୂର୍ବରୁ ହିଁ ଏହି ମାମଲାରେ ଏଫଆଇଆର୍ ଗ୍ରହଣ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଏବେ ସିବିଆଇର ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍ ମାମଲାର ଜାଞ୍ଚ୍ କରିବା ପାଇଁ ମୁମ୍ବାଇ ଯିବେ । ସିବିଆଇର ଟିମ୍ ମୁମ୍ବାଇ ପୁଲିସକୁ ଏହି ମାମଲାରେ ସହ ଜଡ଼ିତ ଡ଼ାଏରୀ ମାଗିବ । ଏହାଛଡ଼ା ସନ୍ଦିଗ୍ଧ ଏବଂ ପ୍ରମାଣର ବୟାନ୍ , ଫରେନସିକ୍ ରିପୋର୍ଟ ଏବଂ ପୋଷ୍ଟମର୍ଟମ୍ ରିପୋର୍ଟକୁ ମଧ୍ୟ ସିବିଆଇ ଅକ୍ତିଆରକୁ ନେବ ।
ସିବିଆଇର ସ୍ୱତନ୍ତ୍ର ଟିମ୍ ସୁଶାନ୍ତ ଆତ୍ମହତ୍ୟା କରିଥିବା ଫ୍ଲାଟକୁ ଯିବ । ସେଠାରେ କ୍ରାଇମ୍ ସିନ୍ ଏବଂ ଏହାର ରିକ୍ରିଏଟ୍ ମଧ୍ୟ କରାଯିବ । ଫାଶୀ ସମୟରେ ଫ୍ଲାଟରେ ଉପସ୍ଥିତ ଥିବା ସଦସ୍ୟଙ୍କ ବୟାନ୍ ରେକର୍ଡ଼ କରିବ ସିବିଆଇ । ରିୟା ତାଙ୍କ ଭାଇ ସୌଭିକ , ପିତା ଇନ୍ଦ୍ର୍ରଜିତ୍ ଏବଂ ଅନ୍ୟ ସଦସ୍ୟଙ୍କୁ ଜେରା କରିବା ପରେ ସିବିଆଇ ଚୁଡ଼ାନ୍ତ ନିଷ୍ପତ୍ତି ନେବ । ସିବିଆଇ ସୂତ୍ର ଅନୁସାରେ , ଏନଆଇଟିର ଗୋଟିଏ ଟିମ୍ ମୁମ୍ବାଇ ୟୁନିଟର ସଂପର୍କରେ ରହିଛି । ମୁମ୍ବାଇ ପହଁଚିବା ପରେ ନୂଆ ପଞ୍ଚନାମା ଦାଖଲ ହେବ । ଖାଲି ଏତିକି ନୁହଁ ଦ୍ୱିତୀୟଥର ପାଇଁ ସର୍ଚ୍ଚ ଅପରେସନ୍ ମଧ୍ୟ କରାଯିବ । ଆପଣଙ୍କୁ କହିରଖୁଛୁ ରିୟା ପ୍ରଥମେ କେସରେ ସିବିଆଇ ଜାଞ୍ଚ୍ କରିବା ପାଇଁ କହୁଥିଲେ ଏନେଇ ସେ ସୋସିଆଲ୍ ମିଡ଼ିଆରେ ପୋଷ୍ଟ୍ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାକୁ ମଧ୍ୟ ଟାଗ୍ କରିଥିଲେ । କିନ୍ତୁ କେସରେ ବିହାର ପୁଲିସର ହସ୍ତକ୍ଷେପ ପରେ ରିୟା ସିବିଆଇ ଏବଂ ବିହାର ପୁଲିସକୁ କେସରେ ଜଡ଼ିତ ରହିବା ପାଇଁ ଆପତ୍ତି ଦେଖାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/08/navjivanindia_2020-08_4f066f1a-282d-4887-b0a6-9ee549205d28_Sushant_case.jpg)
/kanak/media/post_attachments/wp-content/uploads/2020/08/cbi-pti21918-300x175.jpg)