ଜାମିନ୍ ନାମଂଜୁର ପରେ ୧୪ ଦିନ ଲାଗି ବିଚାର ବିଭାଗୀୟ ହାଜତ ଗଲେ ରିୟା: ଏନସିବି ଲକଅପରେ କଟିଲା ପ୍ରଥମ ରାତି, ଆଜି ଯିବେ ଜେଲ୍

ଡ୍ରଗ୍ସ କାରବାର ଲିଙ୍କରେ ତିନି ଦିନର ଜେରା ପରେ ଗିରଫ ହୋଇଥିଲେ ସୁଶାନ୍ତ ସିଂଙ୍କ ବାନ୍ଧବୀ

205

କନକ ବ୍ୟୁରୋ: ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ଶେଷରେ ବନ୍ଧା ହେଲେ ବାନ୍ଧବୀ । ଏନସିବି ଦ୍ୱାରା ଗିରଫ ପରେ ଜେଲ୍ ଯାଇଛନ୍ତି ରିୟା ଚକ୍ରବର୍ତି । କୋର୍ଟରୁ ଜାମିନ୍ ଆବେଦନ ଖାରଜ ହେବା ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ କୋର୍ଟ ପଠାଇ ଦେଇଛନ୍ତି । ୨୨ ସେପ୍ଟେମ୍ୱର ଯାଏଁ ରିୟା ରହିବେ ଜେଲ ହାଜତରେ । ତେବେ ଗତକାଲି ପ୍ରଥମ ରାତିରେ ରିୟା ଏନସିବିର ଲକଅପରେ ଥିଲେ । ଆଜି ସକାଳେ ତାଙ୍କୁ ଜେଲ ପଠାଯିବ । ସେପଟେ ରିଆଙ୍କ ଓକିଲ ଆଜି ସେସନ୍ସ କୋର୍ଟରେ ରିୟାଙ୍କ ଜାମିନ ଆବେଦନ କରିବେ । ଏହାର ଶୁଣାଣି ଆଜି ସନ୍ଧ୍ୟା ସୁଦ୍ଧା ହୋଇପାରେ ।

ଡ୍ରଗ୍ସ କାରବାରକୁ ନେଇ ତିନି ଦିନ ଧରି ରିୟା ଚକ୍ରବର୍ତିଙ୍କୁ ଜେରା କରିବା ପରେ ମଙ୍ଗଳବାର ରିୟାଙ୍କୁ ଗିରଫ କରିଥିଲା ନାରକୋଟିକ୍ସ ବ୍ୟୁରୋ । ଡାକ୍ତରୀ ପରୀକ୍ଷା କରିବା ପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ରିପୋର୍ଟ ନେଗେଟିଭ୍ ଆସିଥିଲା । ଏହା ପରେ ନାରକୋଟିକ୍ସ ବ୍ୟୁରୋ ତାଙ୍କୁ କୋର୍ଟରେ ହାଜର କରିଥିଲା  । ସୂଚନା ଅନୁସାରେ ରିୟାଙ୍କ ଘରୁ କିଛି ଇଲେ କ୍ଟ୍ରୋନିକ୍ସ ସାମଗ୍ରୀ ଜବତ ହୋଇଛି । ଯେଉଁଥିରୁ ବଲିଉଡରେ ଡ୍ରଗ୍ସ କାରବାର ନେଇ ଅଧିକ ଗୁମର ଖୋଲିବା ସଂଭାବନା ରହିଛି । ଜେରା ବେଳେ ପ୍ରାୟ ୨୦ରୁ ଅଧିକ ବଲିଉଡ ବ୍ୟକ୍ତିଙ୍କ ନାଁ ଓଗାଳିଛନ୍ତି ରିୟା । ସମସ୍ତଙ୍କର ଡ୍ରଗ୍ସ ଲିଙ୍କ୍ ରହିଛି । ଏହା ପରେ ନାରକୋଟିକ୍ସ ବ୍ୟୁରୋ ଡ୍ରଗ୍ସ କାରବାରରେ ସଂପୃକ୍ତ ବଲିଉଡର ଅନ୍ୟ ବ୍ୟକ୍ତିଙ୍କୁ ଜେରା କରିବାକୁ ଏନସିବି ତାଲିକା କରୁଥିବା ଜଣାପଡିଛି ।

ଡ୍ରଗ୍ସ କାରବାରରେ ବଲିଉଡ ତାରକାଙ୍କ ନାଁ । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲଇଙ୍କ ନେଇ ଖୋଳତାଡ କରୁଥିବା ନାରକୋଟିକ୍ସ ବ୍ୟୁରୋ ସାମ୍ନାରେ ବଲିଉଡ ସେଲିବ୍ରିଟିଙ୍କ ଡ୍ରଗ୍ସ ପାର୍ଟି ନେଇ ରିଆ ତଥ୍ୟ ଦେଇଥିବା ସୂଚନା ମିଳିଛି । ଏହି ୨୫ଜଣ ସେଲିବ୍ରିଟିଙ୍କୁ ୧୦ଦିନ ଭିତରେ ଡକାଇ ପଚରାଉଚରା କରିପାରେ ନାର୍କୋଟିକ୍ସ ବ୍ୟୁରୋ ।