କନକ ବ୍ୟୁରୋ: ଭୁବନେଶ୍ୱର ମଧ୍ୟ ପରେ ଭୁବନେଶ୍ୱର (ଉତ୍ତର) ଆସନ ଜିତିଲା ବିଜେଡି । ଭୁବନେଶ୍ୱର ଉତ୍ତର ଆସନରୁ ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ ବିଜୟୀ ହେଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ରଙ୍କୁ ୧୨ ହଜାରରୁ ଅଧିକ ଭୋଟରରେ ହରାଇଛନ୍ତି ସୁଶାନ୍ତ ରାଉତ । ତେବେ ଚଳିତ ଥର ଭୁବନେଶ୍ୱର ଉତ୍ତର ଆସନରେ ରାଜନୀତି ଜୋର ଧରିଥିଲା । ସୁଶାନ୍ତ ରାଉତଙ୍କୁ ଟିକେଟ୍ ମିଳିବା ଖବର ଭିତରେ ଦଳ ଛାଡି ବିଜେପିରେ ମିଶିଥିଲେ ପ୍ରିୟଦର୍ଶୀ ମିଶ୍ର । ଏହାପରେ ଦଳ ତାଙ୍କୁ ଉତ୍ତର ଆସନରୁ ପ୍ରାର୍ଥୀ କରିଥିଲା । ଆଉ ଏବେ କଡା ଟକ୍କର ଦେଇଥିଲେ ବି ପ୍ରିୟଦର୍ଶୀ ମିଶ୍ର ଏହି ଆସନରୁ ପରାଜିତ ହେଇଛନ୍ତି । ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଉତ୍ତର ଆସନ ବିଜେଡି ଗଡ ଭାବେ ରହିଆସିଛି । ପୂର୍ବରୁ ଏହି ଆସନରୁ ବିଧାୟକ ରହିଥିଲେ ପ୍ରିୟଦର୍ଶୀ ମିଶ୍ର । ହେଲେ ୨୦୧୯ରେ ତାଙ୍କ ଟିକେଟ୍ କାଟି ସୁଶାନ୍ତ ରାଉତଙ୍କୁ ଦଳ ଟିକେଟ୍ ଦେଇଥିଲା । ଆଉ ୨୦୨୪ରେ ମଧ୍ୟ ସୁଶାନ୍ତ ରାଉତଙ୍କ ଉପରେ ଭରସା କରିଥିଲା ଦଳ । ଆଉ ଦଳର ଭରସା କାଏମ୍ ରଖିବା ସହ ବିଜୟୀ ହେଇଛନ୍ତି ସୁଶାନ୍ତ ରାଉତ ।
#ଭୁବନେଶ୍ୱର_ଉତ୍ତର_ଜିତିଲା_ବିଜେଡି
ଭୁବନେଶ୍ୱର ଉତ୍ତର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ବିଜୟୀ
ବିଜେପିକୁ ହରାଇ ଜିତିଲେ ସୁଶାନ୍ତ ରାଉତ
ବିଜେପି ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ରଙ୍କଠାରୁ ୧୨ ହଜାରରୁ ଅଧିକ ଭୋଟରେ ବିଜୟୀ#SusantKumarRout#BJD#GeneralElectionsResult2024#OdishaElectionsResult2024… pic.twitter.com/aElanAjXnL— Kanak News (@kanak_news) June 4, 2024
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/06/2-8.jpg)