କୃଷକ ଆନ୍ଦୋଳନକୁ ସେଲିବ୍ରେଟିଙ୍କ ସମର୍ଥନ । ପପଷ୍ଟାର ରିହାନା ପରେ ସମର୍ଥନ ଜଣାଇଲେ ହଲିଉଡ ଅଭିନେତ୍ରୀ ସୁସାନ ସାରଡନ

93

କନକ ବ୍ୟୁରୋ: ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ଅନ୍ତର୍ଜାତୀୟ ସେଲିବ୍ରିଟିଙ୍କ ସମର୍ଥନ ବଢିବାରେ ଲାଗିଛି । ପପଷ୍ଟାର ରିହାନାଙ୍କ ସମର୍ଥନ ପରେ ହଲିଉଡର ଆମେରିକୀୟ ଅଭିନେତ୍ରୀ ଓସ୍କାର ବିଜୟୀ ଅଭିନେତ୍ରୀ ସୁସାନ ସାରଡନ କୃଷକ ଆନ୍ଦୋଳନକୁ ସମର୍ଥନ କରି ଟୁଇଟ କରିଛନ୍ତି ।

ସେ ଟୁଇଟ କରି ଲେଖିଛନ୍ତି, ଭାରତର କୃଷକ ଆନ୍ଦୋଳନକୁ ସେ ସମର୍ଥନ ଜଣାଉଛନ୍ତି । ସେମାନେ କିଏ, କାହଁକି ଆନ୍ଦୋଳନ କରୁଛନ୍ତି ଜାଣିବା ପାଇଁ ନ୍ୟୁଜ ଆର୍ଟିକଲକୁ ପଢିବାକୁ ସୁସାନ ସାରଡନ ନିଜ ଫଲୋଅର୍ସଙ୍କୁ ନିବେଦନ କରିଛନ୍ତି । ତାଙ୍କର ଏହି ଟୁଇଟକୁ ୧୮ ହଜାର ୭ ଶହ ଲାଇକ ଓ ୭ ହଜାର କମେଂଟ ମିଳିଛି । ସୁସାନ ସାରାଡନ ହେଉଛନ୍ତି ହଲିଉଡର ଆଗଧାଡିର ଅଭିନେତ୍ରୀ । ହଲିଉଡ ମୁଭି ଷ୍ଟେପମମ, ଥେଲମା ଓ ଲୁଇସ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ସେ କୋଟି କୋଟି ଦର୍ଶକଙ୍କ ମନରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ।