ଏଥର ଦୀପାବଳିରେ ପରଦାକୁ ଆସିବ ଫିଲ୍ମ ‘ସୂର୍ଯ୍ୟବଂଶୀ’ : ପୋଲିସ ଅଫିସର ଚରିତ୍ରରେ ନଜର ଆସିବେ ଖିଲାଡି କୁମାର ଅକ୍ଷୟ

129

କନକ ବ୍ୟୁରୋ : ଏଥର ଦୀପାବଳିରେ ବଡ ପରଦାରେ ଧମାଲ କରିବ ରୋହିତ ସେଟ୍ଟିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ । ଫିଲ୍ମରେ ଜବରଦସ୍ତ ପୋଲିସ ଅଫିସର ଚରିତ୍ରରେ ନଜର ଆସୁଛନ୍ତି ଖିଲାଡି କୁମାର ଅକ୍ଷୟ । ଏହା ସହ ସିଂଘମ୍ ଅଜୟ ଦେବଗନ୍ ଓ ସିମ୍ବା ରଣବୀର ସିଂହଙ୍କୁ ମଧ୍ୟ ଏହି ସିନେମାରେ କାମିଓ ରୋଲରେ ଦେଖିବାକୁ ମିଳିବ । ଏହି ଅପକମିଂ ଫିଲ୍ମର ରୋମାଂଟିକ୍ ଗୀତ ରିଲିଜ୍ ହୋଇଛି । ଯେଉଁଥିରେ ଅକ୍ଷୟ କୁମାର୍ ଓ କ୍ୟାଟ୍ରିନା କୈଫଙ୍କ ରୋମାନ୍ସ ଦେଖିବାକୁ ମିଳିଛି ।

ଭୂମିକାଟି ଆକ୍ସନ ହେଉ କି କମେଡି , ସେଗୁଡିକୁ ବେଶ୍ ଭଲ ଭାବେ ତୁଲାଇବାରେ ନିଜକୁ ଜଣେ ନାମୀ ଅଭିନେତାର ପରିଚୟ ଦେଇଛନ୍ତି ଅକ୍ଷୟ କୁମାର । ଏହି ଫିଲ୍ମରେ ଡିସିପି ବୀର ସୂର୍ଯ୍ୟବଂଶୀ ଭୂମିକାରେ ଅକ୍ଷୟଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଏଭଳି ଏକ ଆକ୍ସନଭିତ୍ତିକ ସିନେମାର କାହାଣୀ ରଚନା ସହ ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ସେଟ୍ଟି । ଏହି ଫିଲ୍ମଟି ଆସନ୍ତା ୫ରେ ରିଲିଜ ହେବାକୁ ଯାଉଛି । ଏହି ସିନେମାର ନୂଆ ପୋଷ୍ଟର ନିକଟରେ ରିଲିଜ ହୋଇ ବେଶ୍ ଭାଇରାଲ୍ ହୋଇଛି ।