ଧାମନଗରରୁ ବିଜୟୀ ହେଲେ ସୂର୍ଯ୍ୟବଂଶୀ ସୁରଜ: ୭ ହଜାର ୯୩୧ ଭୋଟରେ ପରାସ୍ତ ହେଲେ ବିଜେଡିର ସଞ୍ଜୟ ଦାସ

428

କନକ ବ୍ୟୁରୋ: ଧାମନଗରରୁ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ । ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସଙ୍କୁ ହରାଇଲେ ସୂର୍ଯ୍ୟବଂଶୀ । ୭ ହଜାର ୯୩୧ ଭୋଟରେ ସଞ୍ଜୟଙ୍କୁ ହରାଇଲେ ସୂର୍ଯ୍ୟବଂଶୀ । ୨୦୧୯ରେ ଏହି ଆସନରୁ ବିଜୟୀ ହୋଇ ବିଧାୟକ ହୋଇଥିଲେ ସୂର୍ଯ୍ୟବଂଶୀ ସୁରଜଙ୍କ ବାପା ବିଷ୍ଣୁ ସେଠୀ । ହେଲେ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଉପ ନିର୍ବାଚନରେ ବିଜୟୀ ହୋଇଥିଲେ ସୂର୍ଯ୍ୟବଂଶୀ ସୂରଜ । ଏବେ ବିଧାନସଭା ନିର୍ବାଚନରେ ଜିତି ବାପାଙ୍କ ଗଡ ରକ୍ଷା କରିପାରିଛନ୍ତି ସୂର୍ଯ୍ୟବଂଶୀ ସୂରଜ ।