କନକ ବ୍ୟୁରୋ : ଓଡିଶାରେ ବିଧାନ ପରିଷଦ ଗଠନକୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କ ଉତର ପରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି ବିଧାନସଭାରେ ସଂକଳ୍ପ ପାରିତ ହେବା ପରେ ୧୮ ସେପ୍ଟେମ୍ବର ୨୦୧୮ରେ କେନ୍ଦ୍ର ନିକଟକୁ ପ୍ରସ୍ତାବ ପଠାଯାଇଛି । ସେକ୍ରେଟାରୀ ରାଜ୍ୟସଭା ଓ ସେକ୍ରେଟାରୀ ଲୋକସଭାକୁ ପ୍ରସ୍ତାବ ପଠାଯାଇଥିଲା ।

Advertisment

ଓଡ଼ିଶାରେ ବିଧାନ ପରିଷଦ ପାଇଁ ୨୦୧୫ରୁ ଚେଷ୍ଟା ହୋଇଛି । ବିଧାୟକ ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା । ୧୯ ଜାନୁଆରୀ ୨୦୧୫ରେ ଏହି କମିଟିର ପ୍ରଥମ ବୈଠକ ବସିଥିଲା । ବିଭିନ୍ନ ରାଜ୍ୟ ଗସ୍ତ ପରେ ରାଜ୍ୟ ସରକାରଙ୍କୁ ଦିଆଯାଇଥିଲା ରିପୋର୍ଟ । ୬ ସେପ୍ଟେମ୍ବର ୨୦୧୮ରେ ସଂକଳ୍ପଟି ବିଧାନସଭାରେ ପାରିତ ହୋଇଥିବା କହିଛନ୍ତି ବାଚସ୍ପତି ।