କନକ ବ୍ୟୁରୋ: ଆଇପିଏଲଲରୁ ବାଦ୍ ପଡିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳୀ ସୂର୍ଯ୍ୟ କୁମାର ଯାଦବ । ବାମ କହୁଣୀରେ ଆଘାତ ଲାଗିବା ପରେ ସେ ବାଦ୍ ପଡିଛନ୍ତି । ଏନେଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଯାଦବ ୮ଟି ମ୍ୟାଚ ଖେଳି ଦଳ ପାଇଁ ୪୩.୨୯ ହାରରେ ୩୦୩ ରନ ସଂଗ୍ରହ କରିଛିନ୍ତି । ଏଥିରେ ଗୁରୁତ୍ୱପୂର୍ଣ୍ଣ ୩ଟି ଅର୍ଦ୍ଧଶତକ ସାମିଲ ରହିଛି । କୋଲକାତା ବିପକ୍ଷ ମ୍ୟାଚ ପୂର୍ବରୁ ମୁମ୍ବାଇ ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗତ ୬ ତାରିଖରେ ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ ପୂର୍ବରୁ ତାଙ୍କୁ ଆଘାତ ସମସ୍ୟା ପାଇଁ ବାଦ୍ ଦିଆଯାଇଥିଲା । ଆଉ ପୂରା ସିଜିନ ପାଇଁ ସେ ବାଦ ପଡିଛନ୍ତି ।
Suryakumar Yadav has sustained a muscle strain on his left fore arm, and has been ruled out for the season. He has been advised rest, in consultation with the BCCI medical team. pic.twitter.com/78TMwPemeJ
— Mumbai Indians (@mipaltan) May 9, 2022
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/suryakumar-yadav-fifty950-1649522898.jpg)