ସୂର୍ଯ୍ୟଙ୍କ ମୁହଁରେ କୋହଲିଙ୍କ ପ୍ରଶଂସା: ମ୍ୟାଚ ବିଜୟୀ ଇଂନିସ ପରେ କହିଲେ ଏମିତି କଥା

181

କନକ ବ୍ୟୁରୋ: ଭାରତୀୟ ଟିମର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ସୂର୍ଯ୍ୟ କୁମାର ଯାଦବ ଏବେ ଫର୍ମକୁ ଫେରି ଆସିଛନ୍ତି । ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷରେ ୬୨ ରନର ଦମଦାର ପାଳି ଖେଳିଛନ୍ତି ସୂର୍ଯ୍ୟ କୁମାର । ସେ ଏହି ଇଂନିସ ତୃତୀୟ ନମ୍ବରରେ ଆସି ଖେଳିଛନ୍ତି । ଯେଉଁ ନମ୍ବରରେ ବିରାଟ କୋହଲି ଆସି ବ୍ୟାଟିଂ କରନ୍ତି । ତେବେ ଏହି ମ୍ୟାଚ ବିଜୟୀ ଇଂନିସ ଖେଳି ସାରିବା ପରେ ବିରାଟଙ୍କୁ ପ୍ରଶଂସା କରିଛନ୍ତି ସୂର୍ଯ୍ୟ କୁମାର ।

ଟି-୨୦ ବିଶ୍ୱକପରେ ନାମିବିଆ ବିପକ୍ଷ ଶେଷ ମ୍ୟାଚରେ ବିରାଟ କୋହଲି ନିଜେ ବ୍ୟାଟିଂ ନଆସି ସୂର୍ଯ୍ୟ କୁମାରଙ୍କୁ ଛାଡିଥିଲେ ଯେଉଁଥିପାଇଁ େପ୍ୱେଶ ପ୍ରଭାବିତ ଅଛନ୍ତି । ସେ ପ୍ରେସ କନଫରେନ୍ସରେ କହିଛନ୍ତି, ମୁଁ ଓପନିଂରୁ ୭ ନମ୍ବର ଯାଏଁ ସବୁ ସ୍ଥାନରେ ବ୍ୟାଟିଂ କରିଛିି । ତେଣୁ ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ମୁଁ ସକ୍ଷମ ।

ସେ ଆହୁରି ମଧ୍ୟ କହିଛନ୍ତି କି, ମୋର ଏବେ ବି ମନେ ଅଛି ମୁଁ ଯେତେବେଳେ ଡେୁବ୍ୟ କରିଥିଲି । ସେତେବେଳେ ବିରାଟ କୋହଲି ତାଙ୍କ ସ୍ଥାନ ମୋତେ ଦେଇଥିଲେ । ଯେଉଁଥିପାଇଁ ମୁଁ ୩ ନମ୍ବରରେ ବ୍ୟାଟିଂ କରିଥିଲି, ଆଉ ସେ ୪ ନମ୍ବରରେ ବ୍ୟାଟିଂ ଆସିଥିଲେ ।