ପୁଣି ବାଜି ମାରିଲେ ସୂର୍ଯ୍ୟ କୁମାର ଯାଦବ । ଲଗାତାର ୨ୟ ଥର ପାଇଁ କ୍ରିକେଟର ପାଇବେ ଆଇସିସି ଟି-୨୦ ପ୍ଲେୟାର ଅଫ ଦ ଇୟର ସମ୍ମାନ

253

କନକ ବ୍ୟୁରୋ : କ୍ରମାଗତ ଦ୍ୱିତୀୟଥର ପାଇଁ ଆଇସିସି ଟି-୨୦ ପ୍ଲେୟାର ଅଫ ଦ ଇୟର ୨୦୨୩ ହେଲେ ଟିମ ଇଣ୍ଡିଆର ଷ୍ଟାର ଖେଳାଳୀ ସୂର୍ଯ୍ୟକୁମାର ଯାଦବ । ଆଇସିସି ପକ୍ଷରୁ ବୁଧବାର ଆଇସିସି ଟି- ସୂର୍ଯ୍ୟକୁମାର ଯାଦବଙ୍କ ନାମ ଘୋଷଣା କରିଛି । ନ୍ୟୁଜିଲାଣ୍ଡର ମାର୍କ ଚାପମ୍ୟାନ, ଜିମ୍ବାୱେର ସିକନ୍ଦର ରାଜା ୟୁଗାଣ୍ଡାର ଅଳପେଶ ରାମଜାନୀଙ୍କୁ ପଛରେ ପକାଇ ଦ୍ୱିତୀୟ ଥର ପାଇଁ ଏହି ପୁରସ୍କାର ହାତେଇଛନ୍ତି ସୂର୍ଯ୍ୟକୁମାର । ୨୦୨୩ ବର୍ଷରେ ୧୭ଟି ଅନ୍ତରାଷ୍ଟ୍ରୀୟ ଟି-୨୦ ମ୍ୟାଚ ଖେଳି ୧୫୫.୯୫ ଷ୍ଟ୍ରାଇକ ରେଟରେ ୭୩୩ ରନ୍ ସଂଗ୍ରହ କରିଛନ୍ତି ।