କନକ ବ୍ୟୁରୋ : ୨୦୨୩ ବିଶ୍ୱକପ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଖେଳିବ ଟିମ୍ ଇଣ୍ଡିଆ । ୫ ମ୍ୟାଚ୍ ବିଶିଷ୍ଟ ଏହି ଟି-୨୦ ସିରିଜରେ ଅନେକ ବରିଷ୍ଠ ଖେଳାଳୀଙ୍କୁ ବିଶ୍ରାମ ଦିଆଯିବ । ସେହିଭଳି କୋଚ୍ ରାହୁଲ ଦ୍ରାବିଡଙ୍କୁ ମଧ୍ୟ ବ୍ରେକ ଦିଆଯିବ । ତେବେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଟିମ୍ ଇଣ୍ଡିଆ ନୂଆ ଅଧିନାୟକଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଳାଇବ । ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ମିଳିପାରେ । ସେହିଭଳି ଦ୍ରାବିଡଙ୍କ ଅନୁପସ୍ଥିତିରେ ଭିଭିଏସ ଲକ୍ଷ୍ମଣଙ୍କୁ କୋଚ ଭୂମିକାରେ ଦେଖିବାକୁ ମିଳିପାରେ ।

Advertisment

ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରୁ ଅନେକ ବରିଷ୍ଠ ଖେଳାଳୀଙ୍କୁ ବିଶ୍ରାମ ଦିଆଯିବାକୁ ଥିବା ବେଳେ ଯଶସ୍ୱୀ ଜୟସ୍ୱାଲ, ଋତୁରାଜ ଗାଏକ୍ୱାର୍ଡ, ଉମରାନ ମଲିକ୍, ରିଙ୍କୁ ସିଂଙ୍କ ଭଳି ଯୁବ ଖେଳାଳୀଙ୍କୁ ଦଳରେ ସୁଯୋଗ ମିଳିପାରେ । ଯେହେତୁ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଛନ୍ତି ତେଣୁ ତାଙ୍କୁ ବିଶ୍ୱକପ ପରେ ଟିମ୍ ମ୍ୟାନେଜମେଣ୍ଟ ବିଶ୍ରାମ ଦେଇପାରେ ।

ବିଶ୍ୱକପ ପୂର୍ବରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଇଥିଲା । ଯେଉଁ ସିରିଜରେ ବାଜିମାତ୍ କରିଥିଲା ଟିମ୍ ଇଣ୍ଡିଆ । ବିଶ୍ୱକପ ପରେ ଉଭୟ ଟିମ୍ ମଧ୍ୟରେ ଟି-୨୦ ସିରିଜ ଖେଳାଯିବ । ୨୩ ନଭେମ୍ବରରେ ଟି-୨୦ ସିରିଜର ପ୍ରଥମ ମୁକାବିଲା ଖେଳାଯିବ ।