ବାଚସ୍ପତି ହେବେ ସୂର୍ଯ୍ୟ ନାରାୟଣ ପାତ୍ର! ନବୀନ ନିବାସରୁ ଗଲା ଫୋନ୍ କଲ, ୭ ଥର ବିଧାୟକ ଭାବେ ହୋଇଛନ୍ତି ନିର୍ବାଚିତ ।

611

କନକ ବ୍ୟୁରୋ : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ । ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ନବୀନ । ନିଜ ନୂଆ ଟିମ୍ ସହ ପ୍ରର୍ଦଶନୀ ପଡିଆରେ ଶପଥ ନେବେ ନବୀନ । ଖାସକରି ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବାକୁ ଥିବା ବିଧାୟକଙ୍କ ନିକଟକୁ ନବୀନ ନିବାସରୁ କଲ ଯାଉଛି । ଆଉ ଏସବୁ ଭିତରେ ବିଜେଡିର ବରିଷ୍ଠ ନେତା ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଚଳିତ ବିଧାନସଭାରେ ବାଚସ୍ପତି ହୋଇପାରନ୍ତି ବୋଲି ସୂଚନା ମିଳିଛି ।

ଦିଗପହଣ୍ଡିରୁ ୭ ଥର ବିଧାୟକ ରହିଥିବା ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ପଦରେ ବସିପାରନ୍ତି ବୋଲି ସୂଚନା ମିଳିଛି । ଅଭିଜ୍ଞତା ଓ ବରିଷ୍ଠତାକୁ ଦୃଷ୍ଟିରେ ରଖି ସୂର୍ଯ୍ୟଙ୍କୁ ବାଚସ୍ପତି ପଦରେ ବସାଇବାକୁ ନିଷ୍ପତି ନିଆଯାଇଥିବା ଜଣାପଡିଛି । ଏହାପୂର୍ବରୁ ନବୀନଙ୍କ ଚତୁର୍ଥ ପାଳିରେ ସୂର୍ଯ୍ୟ ସମବାୟ, ଖାଦ୍ୟ ଯୋଗାଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଚଳିତ ନିର୍ବାଚନରେ ସୂର୍ଯ୍ୟ ପାତ୍ର ବିଜେପି ପ୍ରାର୍ଥୀ ପିଙ୍କି ପ୍ରଧାନଙ୍କୁ ମାତ୍ ଦେଇ ସପ୍ତମ ଥର ପାଇଁ ବିଧାନସଭାରେ ଏଣ୍ଟ୍ରି ମାରିଛନ୍ତି ।