ବିଧାନସଭା ବାଚସ୍ପତିଙ୍କ ଦାବି ପାଖ ମାଡି ପାରିବ ନାହିଁ କରୋନା । କାରଣ ବେକରେ ଅଛି ଜାପାନୀ ଚିପ୍ । ୪ ଫୁଟ ଦୂରତାରେ କରୋନା ଆକ୍ରାନ୍ତ ଥିଲେ ମଧ୍ୟ ସଂକ୍ରମଣ ହେବନାହିଁ କହିଲେ ସୂର୍ଯ୍ୟ ପାତ୍ର

315

କନକ ବ୍ୟୁରୋ : ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପାଖ ମାଡି ପାରିବ ନାହିଁ କରୋନା । କାରଣ ତାଙ୍କ ପାଖରେ ଅଛି, ମ୍ୟାଜିକ ଚିପ୍ । ଆଜି ମୌସୁମୀ ଅଧିବେଶନ ପାଇଁ ବିଧାନସଭାର ପ୍ରସ୍ତୁତିକୁ ବୁଲି ଦେଖୁଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଏହି ସମୟରେ ବାଚସ୍ପତି ତାଙ୍କ ବେକରେ ଏକ ଜାପାନୀ ଚିପ୍ ଲଗାଇଥିବା ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବାରୁ ଏହି ଚିପର ରହସ୍ୟ ଖୋଲିଥିଲେ ବାଚସ୍ପତି ।

ସୂର୍ଯ୍ୟ ପାତ୍ରଙ୍କ କହିବା ହେଲା ଏହି ଚିପଟିକୁ ସେ ଜାପାନରୁ ମଗାଇଛନ୍ତି । ବାଚସ୍ପତିଙ୍କ ପୁଅ ବ୍ରହ୍ମପୁର ଶୀତଳାପଲ୍ଲୀରେ ଥିବା କୋଭିଡ କେୟାର ସେଂଟର ଦାୟିତ୍ୱରେ ଅଛନ୍ତି । ସେ ଏହି ଚିପଟି ଜାପାନରୁ ମଗାଇ ବାପାଙ୍କୁ ଦେଇଛନ୍ତି । ଚିପଟି ବେକରେ ଥିଲେ ୪ ଫୁଟ ଦୂରତାରେ କରୋନା ଆକ୍ରାନ୍ତ ଥିଲେ ମଧ୍ୟ ଭୂତାଣୁ ସଂକ୍ରମଣର ଆଶଙ୍କା ନାହିଁ ବୋଲି ଦାବି କରିଛନ୍ତି ବାଚସ୍ପତି ସୂର୍ଯ୍ୟ ପାତ୍ର ।