ସଂସଦ ଭବନ ଶୈଳୀରେ ବିଧାୟକଙ୍କ ପାଇଁ ହେବ ୧୦ମହଲା କୋଠା : ବିବାଦ ନେଇ ଖବର ପରେ ସ୍ପଷ୍ଟୀକରଣ ରଖିଲେ ବାଚସ୍ପତି  

କହିଲେ, ୮ଜଣ ପୂର୍ବତନ ବିଧାୟକ କ୍ୱାର୍ଟର ଛାଡୁନଥିବାରୁ ଆଗକୁ ବଢୁନି କାମ; ୨ଟି ପର୍ଯ୍ୟାୟରେ ଓବିସିିସିକୁ ଦିଆଯାଇଛି ଦେଢ ଶହ କୋଟି ଟଙ୍କା

251

କନକ ବ୍ୟୁରୋ : ଦିଲ୍ଲୀରେ ସାଂସଦ ମାନଙ୍କ କ୍ୱାର୍ଟର ଭଳି ହେବ ବିଧାୟକ ମାନଙ୍କ ନୂଆ କ୍ୱାର୍ଟର । କିଛି ଦିନ ତଳେ ପୂର୍ତ ବିଭାଗର ଖର୍ଚ୍ଚ ଦାବିକୁ ସଂସଦୀୟ ବ୍ୟାପାର ବିଭାଗ ଫେରାଇ ଦେଇଥିବା ଜଣାପଡିଥିଲା । ଆଉ ବିଧାୟକଙ୍କ ନୂଆ କ୍ୱାର୍ଟର ପାଇଁ ଖର୍ଚ୍ଚ କିଏ କରିବ ତାକୁ ନେଇ ବିବାଦ ଦେଖାଦେଇଥିଲା । ଏହି ଘଟଣାରେ ଆଜି ସ୍ପଷ୍ଟୀକରଣ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ପ୍ରାୟ ୧୦ମହଲା ବିଶିଷ୍ଟ ଏହି ନୂଆ କ୍ୱାର୍ଟର ପାଇଁ ଓଡ଼ିଶା ବ୍ରିଜ କନଷ୍ଟ୍ରକସନ କର୍ପୋରେସନ – ଓବିସିସିକୁ ଦାୟିତ୍ୱ ଦିଆଯାଇଛି । ୨ଟି ପର୍ଯ୍ୟାୟରେ ଦେଢ ଶହ କୋଟି ଟଙ୍କା ଦିଆଯାଇଥିବା ମଧ୍ୟ କହିଛନ୍ତି ବାଚସ୍ପତି । କିଛି ବିଧାୟକ ଓ ପୂର୍ବତନ ବିଧାୟକ କ୍ୱାର୍ଟର ଛାଡୁନଥିବାରୁ କାମ ଆଗେଇ ପାରୁନଥିବା ସେ ସୂଚନା ଦେଇଛନ୍ତି ।