ବଜେଟ ଅଧିବେଶନରେ କୋହଳ ହେବ କରୋନା କଟକଣା: ବାଚସ୍ପତି କହିଲେ, ରହିବ ପ୍ରଶ୍ନକାଳ; ବିଧାନସଭାକୁ ଯିବା ପୂର୍ବରୁ ବିଧାୟକଙ୍କ କୋଭିଡ ଟେଷ୍ଟ ନୁହେଁ ବାଧ୍ୟତାମୂଳକ

58

କନକ ବ୍ୟୁରୋ : ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । କରୋନା ସ୍ଥିତି କୋହଳ ହୋଇଥିବାରୁ ବିଧାନସଭା କଟକଣା ମଧ୍ୟ କୋହଳ ରହିବ । ଚଳିତ ଥର ପ୍ରଶ୍ନ କାଳ ରହିବ । ୩୧ ଦିନିଆ ଚାଲିବ କାର୍ଯ୍ୟକାଳ । ୨୨ ତାରିଖରେ ବଜେଟ୍ ଉପସ୍ଥାପନା ଥିବା ବେଳେ ୨୫ ତାରିଖରେ ଏହା ଉପରେ ଆଲୋଚନା ହେବ ।

ବିଧାନସଭାରେ କୋଭିଡ କଟକଣା ରହିବ କିନ୍ତୁ କିଛି ନିୟମ କୋହଳ ହେବ । ବିଧାନସଭାକୁ ଯିବା ପୂର୍ବରୁ କୋଭିଡ ଟେଷ୍ଟ ବାଧ୍ୟତାମୂଳକ ନାହିଁ । ଯେଉଁ ନେତାଙ୍କ ପାଖରେ ଲକ୍ଷଣ ଦେଖାଯିବ ସେମାନଙ୍କର ଆଂଟିଜେନ ଟେଷ୍ଟ ହେବ । ପ୍ରତିଦିନ ବିଧାନସଭା ସାନିଟାଇଜ ହେବ । ଯେଉଁ ବିଧାୟକ କିମ୍ବା ମନ୍ତ୍ରୀ ଚାହିଁବେ ଭିଡ଼ିଓ କନଫରେନ୍ସିରେ ନିଜ ଅଫିସରୁ ରହିପାରିବେ ।