ବିଭିନ୍ନ ରଙ୍ଗରେ ସୂର୍ଯ୍ୟୋପରାଗ : ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରଙ୍ଗରେ ଦେଖାଗଲା ସୂର୍ଯ୍ୟୋପରାଗ । ଲାଲ୍ , ସବୁଜ , ଗୋଲାପୀ,କମଳା ବିଭିନ୍ନ ରଙ୍ଗରେ ଦେଖାଗଲେ ସୂର୍ଯ୍ୟ , ଫଟୋରେ ଫଟୋରେ ଦେଖନ୍ତୁ ରଙ୍ଗିନ୍ ସୂର୍ଯ୍ୟୋପରାଗ

597

ଆଜି ମହାକାଶରେ ସଂଗଠିତ ହେଉଛି ସୂର୍ଯ୍ୟୋପରାଗ । ଓଡିଶା ସମେତ ଭାରତର ସବୁ ଅଂଚଳରେ ଏହା ଦୃଶ୍ୟମାନ ହେଉଛି । ଭାରତର ରାଜସ୍ଥାନ, ହରିଆଣା ଓ ଉତରାଖଣ୍ଡରେ ବଳୟ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେଉଛି । ଓଡିଶାରେ ୬୧ ରୁ ୭୨ ପ୍ରତିଶତ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ । ସକାଳ ୧୦ ଟା ୩୮ ରେ ସ୍ପର୍ଶ ହେଲା ସୂର୍ଯ୍ୟୋପରାଗ । ଦିନ ୨ଟା ୯ ରେ ହେବ ସର୍ବମୋକ୍ଷ । ତେବେ ମଧ୍ୟାହ୍ନ ୧୨ ଟା ୧୫ ରୁ ସାଢେ ୧୨ ଟା ମଧ୍ୟରେ ସର୍ବାଧିକ ପରାଗ ସଂଗଠିତ ହେବ । ସେଇଥି ପାଇଁ ଜ୍ୟୋତିର୍ବିଦମାନେ ଅପରାହ୍ନ ୨ ଟା ୩୦ ଯାଏଁ ପାକ ନିଷେଧ ବୋଲି କହିଛନ୍ତି । ଏହି ସମୟରେ ଖାଲି ଆଖିରେ ପରାଗ ନଦେଖିବାକୁ ପରାମର୍ଶ ରହିଛି ।

ତେବେ ସୂର୍ଯ୍ୟୋପରାଗରେ ବିଭିନ୍ନ ସ୍ଥାନରେ ଆଜି ସୂର୍ଯ୍ୟଙ୍କ ରଙ୍ଗ ବଦଳିଛି । ଧଳା ରଙ୍ଗ ସାଙ୍ଗକୁ କେଉଁଠି ସବୁଜ ତ ଆଉ କେଉଁଠି ଲାଲ୍ ରଙ୍ଗରେ ଝଲସିଲେ ସୂର୍ଯ୍ୟ । ବିଦେଶରେ ମଧ୍ୟ ସୂର୍ଯ୍ୟୋପରାଗ ଦେଖାଯାଇଛି । ଫଟୋରେ ଫଟୋରେ ଦେଖନ୍ତୁ ସୂର୍ଯ୍ୟୋପରାଗର ବିଭିନ୍ନ ଝଲକ ।

ଦୁବାଇରେ ଚନ୍ଦ୍ରମା ଆକୃତିର ସୂର୍ଯ୍ୟୋପରାଗ  : 

ମୁମ୍ବାଇରେ ସବୁଜ ସୂର୍ଯ୍ୟ : 

ଗୁଜରାଟ ଗାନ୍ଧୀନଗରରେ କମଳାରଙ୍ଗର ସୂର୍ଯ୍ୟ :ପଞ୍ଜାବ ଅମୃତସରରେ ଗୋଲାପୀ ରଙ୍ଗରେ ସୂର୍ଯ୍ୟୋପରାଗ : 

ତାମିଲନାଡୁର କୋଏମବଟ୍ଟୁରରେ ସୂର୍ଯ୍ୟଙ୍କ ଲାଲ୍ ରୂପ :

ହରିୟାଣାର କୁରୁକ୍ଷେତ୍ରରେ ଚମକୁଥିବା ସୂର୍ଯ୍ୟ :