ଭଦ୍ରକରେ ଆଉ ନୂଆ ଆକ୍ରାନ୍ତ ଚିହ୍ନଟ ପରେ ସଂପୃକ୍ତ ଅଂଚଳକୁ ସିଲ କଲା ପ୍ରଶାସନ: ସର୍ଭିଲାନ୍ସ ଜୋନରେ ଜିଲ୍ଲାର ୩୨ ପଞ୍ଚାୟତ; ଘରକୁ ଘର ବୁଲି କରାଯିବ ସ୍ୱାସ୍ଥ୍ୟବସ୍ଥା ଯାଂଚ

707

କନକ ବ୍ୟୁରୋ: ଭଦ୍ରକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତଙ୍କୁ ନେଇ ଅଧିକ ତଥ୍ୟ ଦେଇଛି ଭଦ୍ରକ ଜିଲ୍ଲା ପ୍ରଶାସନ । ଜିଲ୍ଲା ପ୍ରଶାସନ ସୂଚନା ଅନୁସାରେ ଏହି ଆକ୍ରାନ୍ତଙ୍କ ପଛରେ ରହିଛି କୋଲକାତା ଲିଙ୍କ୍ । ଏମାନଙ୍କ ମଧ୍ୟରୁ ବାସୁଦେବପୁର ବ୍ଲକରୁ ୨ଜଣ ଏବଂ ବନ୍ତ ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୩ ଆକ୍ରାନ୍ତ ପୁରୁଷ,ସମେସ୍ତ ଅଲଗା ଅଲଗା ପଂଚାୟତରୁ ଆସିଥିବା ସୂଚନା ମିଳିଛି । ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ପରେ ଆକ୍ରାନ୍ତ ରହୁଥିବା ଅଂଚଳକୁ ସିଲ୍ କରିଛି ପ୍ରଶାସନ ।

ପ୍ରଥମ ଥର ପାଇଁ ଭଦ୍ରକ ଜିଲ୍ଲାରୁ ବଅନ୍ତରୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ବଅନ୍ତ ବ୍ଲକକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ସେପଟେ ଜିଲ୍ଲା ପ୍ରଶାସନ ଏବେ ଏହି ୩ ଆକ୍ରାନ୍ତଙ୍କୁ ନେଇ ଅଧିକ ତଥ୍ୟ ଜାରି କରିଛି । ୩ ଜଣ ଆକ୍ରାନ୍ତଙ୍କ ବୟସ ୪୫ ବର୍ଷ, ୨୮ ବର୍ଷ ଓ ୨୯ ବର୍ଷ । ଭଦ୍ରକର ୩୨ ପଂଚାୟତରେ ରହିଛନ୍ତି ୧୦ରୁ ଅଧିକ କୋଲକତା ଫେରନ୍ତା । ଏହି ସମସ୍ତ ପଂଚାୟତକୁ ଇଂଟେନସିଭ ସର୍ଭିଲାନ୍ସ ଜୋନ କରାଯାଇଛି । ଏମାନଙ୍କୁ ଘରକୁ ଘର ବୁଲି ସ୍ୱାସ୍ଥ୍ୟବସ୍ଥା ଯାଂଚ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।