ସୁରୱୀନ ବନିବେ ଶିଶୁ ବିଶେଷଜ୍ଞ !

ସୁରୱୀନ ବନିବେ ଶିଶୁ ବିଶେଷଜ୍ଞ !

Source:blogspot.com

ସିନେଜଗତର ବୋଲ୍ଡ ଅଭିନେତ୍ରୀ ସୁରୱୀନ ଚାୱଲା ‘ହେଟ ଷ୍ଟୋରି ୨’ରେ ଅଭିନୟ କରି ବଲିଉଡରେ ନିଜର ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଥିଲେ । କିନ୍ତୁ ଏବେ ସେ ଶିଶୁ ବିଶେଷଜ୍ଞ । ଏହା ଶୁଣି ନିଶ୍ଚିତ ଭାବେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏହା ସଂପୂର୍ଣ୍ଣ ସତ । ଏହା ବାସ୍ତବ ଜୀବନରେ ନୁହେଁ, କଳାକାର ଜୀବନରେ ଦେଖିବାକୁ ପାଇବେ । କାରଣ ସେ ଏକ ୱେବ ଧାରାବାହିକ ‘ହକ ସେ’ରେ ଦେଖିବାକୁ ପାଇବେ । ସେ ପୂର୍ବରୁ ହିନ୍ଦୀ ଫିଲ୍ମ ‘ହିମ୍ମତସ୍ୱାଲା’, ‘ ଅଗଲୀ’ ଆଦି ଫିଲ୍ୱରେ ଅଭିନୟ କରିସାରିଛନ୍ତି । ଏବେ କିନ୍ତୁ ସୁରୱୀନ ବଡ଼ ପରଦାକୁ ଛାଡି ଛୋଟ ପରଦାରେ ଅଭିନୟ କରିବାକୁ ଚୁକ୍ତି ରଖିଛନ୍ତି ।

ସୂଚନା ଅନୁସାରେ, ହେଟ ଷ୍ଟୋରି ଅଭିନେତ୍ରୀ ସୁରୱନୀ ଏହି ସୋରେ ‘ମେହର ମିର୍ଜା’ ନାମ ମୁସଲମାନ ଡାକ୍ତରାଣୀ ଭୂମିକାରେ ଅଭିନୟ କରିବାକୁ ଦେଖିବାକୁ ପାଇବେ । ଆଉ ମେହର ଶିଶୁ ରୋଗ ବିଶେଷଜ୍ଞ । ଏହି ୱେବ ଧାରାବାହିକ ଚାରି ଭଉଣୀ – ମେହର, ଜନ୍ନତ, ବାନୋ ଓ ଅମଲଙ୍କ କାହାଣୀ । ଏହା ସେମାନଙ୍କ ଜୀବନ ଓ ଅଭିଳାଷ କାହାଣୀ । ଭୂମିକାକୁ ଜୀବନ୍ତ ରଖିବା ପାଇଁ ସୁରୱୀନ, ଉର୍ଦୂ ଶିଖୁଛନ୍ତି । ତାଙ୍କ ଦୃଷ୍ଟିରେ ଏ ପର୍ଯ୍ୟନ୍ତ ସେ ଅଭିନୟ କରିଥିବା ଭୂମିକାମାନେ ମଧ୍ୟରେ ‘ମେହର’ ସବୁଠାରୁ ଶକ୍ତଶାଳୀ । ଏଣୁ, ସେ ବିଶେଷ ଭାବେ ଉତ୍ସାହିତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe