ନକ୍ସଲଙ୍କ ଆକ୍ରୋଶର ଶିକାର ହେବା ଆଶଙ୍କା ରହିଥିବାରୁ ଆଉ ନିଜ ଭିଟାମାଟିକୁ ଫେରିପାରୁ ନାହାନ୍ତି ଆତ୍ମସମର୍ପଣକାରୀ। ଯାହାଫଳରେ, ହଜାରହଜାର ଆତ୍ମସମର୍ପଣକାରୀ ଆସନ୍ତାକାଲି ଭୋଟଦାନରୁ ବଞ୍ଚିତ ହେବେ।ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା, ମାଲକନଗିରି ନିକଟସ୍ଥ ଏମଭି-୩, କୁଡୁମୁଲୁଗୁମ୍ମା, ଖଇରପୁଟର ଅଞ୍ଚଳରେ ଏହି ଆତ୍ମସମର୍ପଣକାରୀ ନକ୍ସଲ ରହୁଛନ୍ତି। ବହୁ ବର୍ଷ ପୂର୍ବେ ଏମାନେ ନକ୍ସଲ ସଂଗଠନରେ ସାମିଲ୍ ହୋଇଥିଲେ। ନକ୍ସଲଙ୍କ କାର୍ୟ୍ୟକଳାପରେ ଅତିଷ୍ଠ ହୋଇ ଗତ କିଛି ବର୍ଷ ମଧ୍ୟରେ ବହୁ ସଂଖ୍ୟାରେ ହାର୍ଡକୋର ଏବଂ ମିଲିସିଆ ସଂଗଠନ ଛାଡ଼ିଥିଲେ। ପ୍ରଶାସନ ପକ୍ଷରୁ ସେମାନଙ୍କୁ ଥଇଥାନ କରାଯାଇଛି। ବର୍ତମାନ ସେମାନେ ସ୍ବାବଲମ୍ବୀ ହୋଇ ଜୀବନ ବିତାଉଛନ୍ତି। କିନ୍ତୁ ଚଳିତ ଥର ଭୋଟ ଦେବା ଅଧିକାରରୁ ବଞ୍ଚିତ ହେବାକୁ ଯାଉଛନ୍ତି।
ସୂଚନା ଅନୁସାରେ, ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ନାଁ ନିଜ ନିଜ ଅଞ୍ଚଳର ମତଦାନ କେନ୍ଦ୍ରର ଭୋଟର ତାଲିକାରେ ରହିଛି। ଯେଉଁମାନେ ବିସ୍ଥାପିତ ସେମାନଙ୍କ ଗାଁ ଭୋଟର ତାଲିକାରେ ନାଁ ଆଖପାଖରେ ମତଦାନ କେନ୍ଦ୍ର ରହିଥିବା ବେଳେ ଗାଁରେ ହିଁ ସେମାନେ ଭୋଟ ପରିଚୟ ପତ୍ର ଛାଡ଼ି ଚାଲି ଆସିଛନ୍ତି। ନକ୍ସଲଙ୍କ ଟାର୍ଗେଟରେ ରହିଥିବାରୁ ଗାଁକୁ ଆଉ ଯାଇପାରୁ ନାହାନ୍ତି। ଏଭଳି ସ୍ଥିତିରେ ଯଦି ଆସନ୍ତାକାଲି ଭୋଟ ଦେବାକୁ ଯିବେ ପୁଣି ଆକ୍ରୋଶର ଶିକାର ହେବାର ଯଥେଷ୍ଟ ଆଶଙ୍କା ରହିଛି। ଯଦି ବି ଭୋଟ ଦେଇ ଚାଲି ଆସିବେ, ପରବର୍ତୀ ସମୟରେ ନକ୍ସଲ ସେମାନଙ୍କ ଠିକଣା ଖୋଜି ଆକ୍ରମଣ କରିବେ ବୋଲି କହିଛନ୍ତି ଜଣେ ଆତ୍ମସମର୍ପଣକାରୀ ନକ୍ସଲ।
ତାଙ୍କ କହିବା କଥା, ଗତ ମାସେରୁ ଊର୍ଧ୍ବ ସମୟ ହେଲାଣି ଭୋଟ ବର୍ଜନ ପାଇଁ ଆହ୍ବାନ ଦେଇ ଆସୁଛନ୍ତି ନକ୍ସଲ । ପୁଣି ଗାଁ ଠାରୁ ଶହ ଶହ କିଲୋମିଟର ଦୂରରେ ରହିଥିବାରୁ ସକାଳୁ ଯାଇ ସଂଧ୍ୟା ସୁଦ୍ଧା ଭୋଟ ଦେଇ ଆସିବା ସମ୍ଭବ ନୁହଁ। ଏହା ବ୍ୟତୀତ ଗାଁକୁ ଯିବା ପାଇଁ ଅଟୋ, କମାଣ୍ଡର କିମ୍ବା ଡଙ୍ଗା ଉପରେ ନିର୍ଭର କରିବାକୁ ପଡ଼ିବ। ଏଥିପାଇଁ ଅଯଥା ଖର୍ଚ୍ଚାନ୍ତ ବି ହେବେ। ଏମିତିରେ ଭୋଟ ଦେବାକୁ ଇଚ୍ଛା ରହିଥିଲେ ବି ଭୋଟ ଦେବାକୁ ଯାଇପାରିବେ ନାହିଁ ବୋଲି ଜଣାପଡ଼ିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/Mkg-surrender-naxal-1-750x389.jpg)
/kanak/media/post_attachments/wp-content/uploads/2019/04/naxal-1-644x362-1533539856-300x181.jpg)
/kanak/media/post_attachments/wp-content/uploads/2019/04/vote-300x169.jpeg)