କନକ ବ୍ୟୁରୋ : ବିଶ୍ୱକପ ହକିର କ୍ୱାର୍ଟର ଫାଇନାଲରେ ଭାରତୀୟ ଦଳ ନେଦରଲାଣ୍ଡ ଠାରୁ ପରାସ୍ତ ହେବା ସହ ଅଭିଯାନ ଶେଷ କରିଛି । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚକୁ ବେଶ ଉପଭୋଗ କରିଛନ୍ତି ହକି ପ୍ରେମୀ । ତେବେ ମ୍ୟାଚ ମଧ୍ୟରେ କଳିଙ୍ଗ ଷ୍ଟାଡିୟମର ଆଉ ଏକ ଦୃଶ୍ୟ ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟ କରିଥିଲା । କ୍ୱାର୍ଟର ଫାଇନାଲ ମ୍ୟାଚର ଦ୍ୱିତୀୟ କ୍ୱାର୍ଟର ସରିବା ପରେ ଯେତେବେଳେ କ୍ୟାମେରା ମୁଖ୍ୟମନ୍ତ୍ରୀ ବସିଥିବା ଗ୍ୟାଲେରୀ ଉପରେ ପଡିଥିଲା ସେତେବେଳେ ତାଳି ମାଡରେ ଫାଟି ପଡିଥିଲା ପୂରା ଷ୍ଟାଡିୟମ । କାରଣ ଗ୍ୟାଲେରୀରେ କେବଳ ନବୀନ ବସିନଥିଲେ ବରଂ ତାଙ୍କ ପାଖରେ ଘେରି ବସିଥିଲେ ଆତ୍ମସର୍ମପଣ କରିଥିବା ହାର୍ଡକୋର ମାଓବାଦୀ ।
/kanak/media/post_attachments/wp-content/uploads/2018/12/6d4df66d-a935-4926-b406-58bfcd8b6b87.jpg) ଗୋଟିଏ ପଟେ ପଡ଼ିଆ ଭିତରେ କ୍ୱାଟର ଫାଇନାଲରେ ଜୋରଦାର ମୁକାବିଲା ହେଉଥିଲା, ଅନ୍ୟପଟେ ଆତ୍ମସମର୍ପଣ କରିଥିବା ହାର୍ଡକୋର ମାଓବାଦୀଙ୍କ ସହ ହକି ମ୍ୟାଚ ଦେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
 ଗୋଟିଏ ପଟେ ପଡ଼ିଆ ଭିତରେ କ୍ୱାଟର ଫାଇନାଲରେ ଜୋରଦାର ମୁକାବିଲା ହେଉଥିଲା, ଅନ୍ୟପଟେ ଆତ୍ମସମର୍ପଣ କରିଥିବା ହାର୍ଡକୋର ମାଓବାଦୀଙ୍କ ସହ ହକି ମ୍ୟାଚ ଦେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
/kanak/media/post_attachments/wp-content/uploads/2018/12/940583fb-5c7b-41c2-ba96-a7f73c66e886.jpg) ଏହା ପୂର୍ବରୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ପ୍ରାୟ ୩୦ଜଣ ନକ୍ସଲ ଆଜି ବିଶ୍ୱକପ ହକି ଖେଳ ଦେଖିବା ପାଇଁ ଇଚ୍ଛାପ୍ରକାଶ କରିଥିଲେ । ସେମାନଙ୍କୁ ହକି ମ୍ୟାଚ୍ ଦେଖାଇବା ପାଇଁ ବ୍ୟବସ୍ଥା କରିଥିଲା ପୋଲିସ ପ୍ରଶାସନ । ତେବେ ସେମାନଙ୍କ ଖେଳ ଦେଖା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇ ଯାଇଥିଲା, ଯେତେବେଳେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ହକି ଦେଖିଥିଲେ । ଏବଂ ସେମାନଙ୍କ ସହ କରମର୍ଦ୍ଦନ କରି ଭଲମନ୍ଦ ପଚାରି ବୁଝିଥିଲେ ନବୀନ ।
ଏହା ପୂର୍ବରୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ପ୍ରାୟ ୩୦ଜଣ ନକ୍ସଲ ଆଜି ବିଶ୍ୱକପ ହକି ଖେଳ ଦେଖିବା ପାଇଁ ଇଚ୍ଛାପ୍ରକାଶ କରିଥିଲେ । ସେମାନଙ୍କୁ ହକି ମ୍ୟାଚ୍ ଦେଖାଇବା ପାଇଁ ବ୍ୟବସ୍ଥା କରିଥିଲା ପୋଲିସ ପ୍ରଶାସନ । ତେବେ ସେମାନଙ୍କ ଖେଳ ଦେଖା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇ ଯାଇଥିଲା, ଯେତେବେଳେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ହକି ଦେଖିଥିଲେ । ଏବଂ ସେମାନଙ୍କ ସହ କରମର୍ଦ୍ଦନ କରି ଭଲମନ୍ଦ ପଚାରି ବୁଝିଥିଲେ ନବୀନ ।
/kanak/media/post_attachments/wp-content/uploads/2018/12/6da5f356-0679-45da-9224-d1a8bc1ac227.jpg) କୋରାପୁଟରୁ ୧୦ଜଣ ଏବଂ ମାଲକାନଗିରିର ୨୦ଜଣ ନକ୍ସଲ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ଆଉ ଏହି ପୂର୍ବତନ ନକ୍ସଲଙ୍କ ମଧ୍ୟରେ ଥିଲେ ୧୬ ଜଣ ମହିଳା କ୍ୟାଡର ।
କୋରାପୁଟରୁ ୧୦ଜଣ ଏବଂ ମାଲକାନଗିରିର ୨୦ଜଣ ନକ୍ସଲ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ଆଉ ଏହି ପୂର୍ବତନ ନକ୍ସଲଙ୍କ ମଧ୍ୟରେ ଥିଲେ ୧୬ ଜଣ ମହିଳା କ୍ୟାଡର ।
/kanak/media/post_attachments/wp-content/uploads/2018/12/3bca79c3-ceaf-4940-99d6-c96a1796dc35.jpg) ମୁଖ୍ୟମନ୍ତ୍ରୀଙ୍କ ସହ ହକି ମ୍ୟାଚ୍ ଦେଖିବା ପରେ ଏହି ପୂର୍ବତନ ନକ୍ସଲ କ୍ୟାଡର ବେଶ୍ ଖୁସି ଜାହିର କରିଛନ୍ତି । ପ୍ରକୃତରେ ସମାଜର ମୁଖ୍ୟସ୍ରୋତକୁ ଆସି ଯାଇଥିବା ସେମାନେ ଅନୁଭବ କରୁଥିବା କହିଛନ୍ତି । ଶାନ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ରାଜ୍ୟ ସରକାରଙ୍କ ଥଇଥାନ ନୀତି, ଆଦିବାସୀ ଅଧ୍ୟୁଷିତ ଅଂଚଳରେ ସରକାରଙ୍କ ବିକାଶ କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଲାଲଗଡ଼ ଛାଡିଥିବା କହିଛନ୍ତି ଏହି ପୂର୍ବତନ ମାଓବାଦୀମାନେ ।
ମୁଖ୍ୟମନ୍ତ୍ରୀଙ୍କ ସହ ହକି ମ୍ୟାଚ୍ ଦେଖିବା ପରେ ଏହି ପୂର୍ବତନ ନକ୍ସଲ କ୍ୟାଡର ବେଶ୍ ଖୁସି ଜାହିର କରିଛନ୍ତି । ପ୍ରକୃତରେ ସମାଜର ମୁଖ୍ୟସ୍ରୋତକୁ ଆସି ଯାଇଥିବା ସେମାନେ ଅନୁଭବ କରୁଥିବା କହିଛନ୍ତି । ଶାନ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ରାଜ୍ୟ ସରକାରଙ୍କ ଥଇଥାନ ନୀତି, ଆଦିବାସୀ ଅଧ୍ୟୁଷିତ ଅଂଚଳରେ ସରକାରଙ୍କ ବିକାଶ କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଲାଲଗଡ଼ ଛାଡିଥିବା କହିଛନ୍ତି ଏହି ପୂର୍ବତନ ମାଓବାଦୀମାନେ ।
/kanak/media/post_attachments/wp-content/uploads/2018/12/110bad1c-510c-441b-884e-68227ec1e751.jpg) ହକି ମ୍ୟାଚ ଦେଖିବା ପରେ ଭୁବନେଶ୍ୱର ଡଟ୍ ଫେଷ୍ଟ ବୁଲିଦେଖିବା ସହ ସେମାନେ ଆସନ୍ତାକାଲି ଲିଙ୍ଗରାଜ ମନ୍ଦିର ଓ ଶ୍ରୀମନ୍ଦିର ଦର୍ଶନ କରିବେ । ପୂର୍ବତନ ନକ୍ସଲଙ୍କ ସହ ନବୀନ ମ୍ୟାଚ୍ ଦେଖିବାକୁ ସାଧାରଣ ଲୋକ ବେଶ ପ୍ରଂଶସା କରିଛନ୍ତି ।
ହକି ମ୍ୟାଚ ଦେଖିବା ପରେ ଭୁବନେଶ୍ୱର ଡଟ୍ ଫେଷ୍ଟ ବୁଲିଦେଖିବା ସହ ସେମାନେ ଆସନ୍ତାକାଲି ଲିଙ୍ଗରାଜ ମନ୍ଦିର ଓ ଶ୍ରୀମନ୍ଦିର ଦର୍ଶନ କରିବେ । ପୂର୍ବତନ ନକ୍ସଲଙ୍କ ସହ ନବୀନ ମ୍ୟାଚ୍ ଦେଖିବାକୁ ସାଧାରଣ ଲୋକ ବେଶ ପ୍ରଂଶସା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/12/NAVEEN_00000-1.png)