ସୂର୍ଯ୍ୟେବାଲାଙ୍କ ଉପରେ ନିର୍ବାଚନ ଆୟୋଗଙ୍କ ବଡ ଆକ୍ସନ । କଂଗ୍ରେସ ନେତାଙ୍କ ଉପରେ ଲାଗିଲା ୪୮ ଘଣ୍ଟା ପାଇଁ ବ୍ୟାନ୍ । ଜାଣନ୍ତୁ, ଏହା ପଛର କାରଣ?

251

କନକ ବ୍ୟୁରୋ: ନିର୍ବାଚନ ଆୟୋଗଙ୍କ ବଡ ଆକ୍ସନ । ୪୮ ଘଣ୍ଟା ପାଇଁ ବ୍ୟାନ୍ ହେଲେ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେବାଲା । ସାଂସଦ ହେମାମାଳିନୀଙ୍କୁ ନେଇ ସେ ଦେଇଥିବା ଅଭଦ୍ର ଟିପ୍ପଣୀ ଉପେର ନିର୍ବାଚନ ଆୟୋଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆଗାମୀ ୪୮ ଘଣ୍ଟା ପାଇ ସୂର୍ଯ୍ୟେବାଲା କୌଣସି ପ୍ରକାର ନିର୍ବାଚନୀ ଗତିବିଧରେ ସାମିଲ ହେଇପାରିବେ କିମ୍ବା ନିର୍ବାଚନୀ ପ୍ରଚାର କରିପାରିବେ ନାହିଁ । ଏହି ସମୟ ମଧ୍ୟରେ ସେ ମିଡିଆ ସହ କଥାବାର୍ତ୍ତା ମଧ୍ୟ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।

ତେବେ ଲୋକସଭା ନିର୍ବାଚନ ସମୟରେ ରଣଦୀପ ସୂର୍ଯ୍ୟେବାଲା ହେଉଛନ୍ତି ପ୍ରଥମ ନେତା, ଯାହାଙ୍କ ବିରୋଧରେ ନିର୍ବାଚନ ଆୟୋଗ ଏପରି ଆକ୍ସନ ନେଇଛନ୍ତି । ୨୦୧୯ରେ ମଧ୍ୟ ଇସି ଏହିଭଳି ଅନେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।

ସୂଚନାଯୋଗ୍ୟ ଯେ, କଂଗ୍ରେସର ଏହି ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ହରିୟାଣାର ଏକ ଗାଁରେ ଏକ ଜନସଭାକୁ ସମ୍ବୋଧିତ କରି କହିଥିଲେ ଯେ, ଆମେ ବିଧାୟକ, ସାଂସଦ କାହିଁକି ବନୋଉଛୁ? ଆମେ ହେମାମାଳିନୀ ନୁହେଁ ଯେ, ଞ୍ଚଞ୍ଚଞ୍ଚ ପାଇଁ ବନିବୁ । ପରେ ସୂର୍ଯ୍ୟେବାଲା ଏହି ମାମଲାରେ ନିଜର ସ୍ପଷ୍ଟୀକରଣ ରଖିଥିଲେ ହେଲେ ବିଜେପି କିନ୍ତୁ ଏହାକୁ ନେଇ ଇସିଙ୍କ ଦ୍ୱାରସ୍ଥ ହେଇଥିଲା । ତେବେ ସୂର୍ଯ୍ୟେବାଲା କହିଥିଲେ, ବିଜେପି ଆଇଟି ସେଲର କାଣ୍ଟ ଛାଟ୍,ଯୋଗୁ ମିଛ କଥା ଖେଳୁଛି । ତେବେ ପୂରା ଭିଡିଓରେ ଶୁଣିବାକୁ କହିଥିଲେ ।