ସର୍ଜିକାଲ ଷ୍ଟ୍ରାଇକକୁ ନେଇ ଆସିଲା ୩ଡି ଗେମ୍ । ଶତ୍ରୁ ସହ ଲଢେଇର ଅନୁଭୂତି ପାଇପାରିବେ ପ୍ରତ୍ୟେକ ଭାରତୀୟ ।

Advertisment
ସର୍ଜିକାଲ ଷ୍ଟ୍ରାଇକକୁ ନେଇ ଆସିଲା ୩ଡି ଗେମ୍ । ଶତ୍ରୁ ସହ ଲଢେଇର ଅନୁଭୂତି ପାଇପାରିବେ ପ୍ରତ୍ୟେକ ଭାରତୀୟ ।

ଦେଶର ପ୍ରଥମ ବହୁଭାଷୀ ୩ଡି ଗେମ୍‌ ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌-ବର୍ଡର ଏସକେପ୍‌’ ପ୍ଲାଟାନିଷ୍ଟା ଗେମ୍‌ ଦ୍ୱାରା ଲଞ୍ଚ୍‌ ହୋଇଯାଇଛି। ଏହି ଗେମଟି ହିନ୍ଦୀ, ଇଂରାଜୀ ଓ ମରାଠୀ ଭାଷାରେ ଉପଲବ୍ଧ। ୨୦୧୬ ମସିହା ସେପ୍ଟେମ୍ବର ୨୯ ତାରିଖରେ ସର୍ଜିକାଲ୍‌ ଷ୍ଟାଇକରେ ନିଜ ଦେଶ ପାଇଁ ଜୀବନକୁ ପାଣି ଛଡ଼ାଇ ଯେଉଁ ମହାନାୟକମାନେ ସାମିଲ୍‌ ହୋଇଥିଲେ ସେମାନଙ୍କୁ ସମ୍ମାନ ଜ୍ଞାପନ କରିବା ଉଦେଶ୍ୟରେ ଏହି ଗେମଟିକୁ ସୃଷ୍ଟି କରାଯାଇଛି। ଗେମଟି ଏବେ ‘ଗୁଗୁଲ୍‌ ପ୍ଲେ’ରେ ଉପଲବ୍ଧ। ଚାହିଁଲେ ଅତି ସହଜରେ ଡାଉନଲୋଡ୍‌ କରିହେବ।

ପ୍ରତ୍ୟେକ ଦେଶପ୍ରେମୀ ଭାରତୀୟଙ୍କ ଭାବପ୍ରବଣତାକୁ ଦୃଷ୍ଟିରେ ରଖି ଏହି ଗେମଟି ପ୍ରସ୍ତୁତ କରାଯାଇଛି। ଖେଳରେ ଖେଳରେ ନିଜ ଗାଡ଼ିକୁ ଶତ୍ରୁ ଶିବିରରୁ ଖସାଇ ଆଣିବାର ମଜା ନେଇପାରିବେ ଖେଳାଳିମାନେ। ଏହି ଖେଳ ପ୍ରତ୍ୟେକ ଭାରତୀୟଙ୍କୁ ପାକିସ୍ତାନ ବିରୋଧରେ ଲଢ଼େଇ କରିବାର ଆତ୍ମସନ୍ତୋଷ ପ୍ରଦାନ କରିବ। ୩ଡି ଗ୍ରାଫିକ୍ସ, ଅସ୍ତ୍ରଶସ୍ତ୍ର, ବନ୍ଧୁକ, ମାନଚିତ୍ର ବ୍ୟତୀତ ଲମ୍ବା ଟିପ୍ପଣୀ ପ୍ରଦାନକାରୀ ଫିଚର୍‌ ଆଦି ଏହି ଗେମରେ ରହିଛି।

: ଏହି ଗେମ୍‌ଟିକୁ ଡାଉନ୍‌ଲୋଡ କରିବା ପାଇଁ ‘ଗୁଗୁଲ୍‌ ପ୍ଲେ’କୁ ଯାଇ ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌-ବର୍ଡର ଏସକେପ୍‌’ ସର୍ଚ କରନ୍ତୁ।
: ସେଠାରେ ଅନେକ ବିକଳ୍ପ ଦୃଶ୍ୟମାନ ହେବ। ମାତ୍ର ଆପଣ ପ୍ଲାଟାନିଷ୍ଟା ଗେମ୍‌ ଦ୍ୱାରା ଲଞ୍ଚ୍‌ ହୋଇଥିବା ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌-ବର୍ଡର ଏସକେପ୍‌’କୁ ଡାଉନ୍‌ଲୋଡ କରିବେ।
: ଆବଶ୍ୟକୀୟ ପ୍ରକ୍ରିୟା ପାର୍‌ କରି ଗେମଟିକୁ ନିଜ ଆଣ୍ଡ୍ରଏଡ୍‌ ସେଟରେ ଡାଉନ୍‌ଲୋଡ କରନ୍ତୁ।
: ଗେମଟି ଡିଭାଇସରେ ଡାଉନଲୋଡ ହୋଇଗଲେ ଆପଣ ଖେଳର ମଜା ନେଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe