‘ଉରି : ଦ ସର୍ଜିକାଲ ଷ୍ଟ୍ରାଇକ୍’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ ଅଭିନେତା ପରେଶ ରାଓ୍ଵାଲ । ଫିଲ୍ମ ରିଲିଜ୍ ପରେ ପରେ ପୁଲଓ୍ଵାମାରେ ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିବା ପରେ ଏହା ସାରା ଦେଶବାସୀଙ୍କୁ ଶୋକରେ ବୁଡ଼ାଇ ଦେଇଥିବା ବେଳେ ପରେଶ ରାଓ୍ଵଲ ଏହାକୁ କଡ଼ା ବିରୋଧ କରିଥିଲେ । ପୁଲଓ୍ଵାମା ଆକ୍ରମଣ ପରେ ସେ ପାକିସ୍ତାନଙ୍କୁ ଉଚିତ୍ ଜବାବ ଦିଆଯିବା ଦରକାର ବୋଲି ଦାବି କରି ଆସୁଥିବା ବେଳେ ଏବେ ବଲିଉଡ୍ ଅଭିନେତା ତଥା ପାକିସ୍ତାନୀ କଳାକାର ଅଲ୍ଲୀ ଜଫରଙ୍କ ମୁହଁ ବନ୍ଦ କରି ଦେଇଛନ୍ତି ।
Now speechless!!! https://t.co/cY8RrkfAgh
— Paresh Rawal (@SirPareshRawal) February 26, 2019
ସୂଚନା ମୁତାବକ, ଫେବୃଆରି ୧୪ରେ ପୁଲଓ୍ଵାମା ଆକ୍ରମଣ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ନିଜର ପ୍ରତିକ୍ରିୟା ରଖିଥିଲେ । ଏହାକୁ ଶୁଣି ଅଭିନେତା ଅଲ୍ଲୀ ଜଫର ନିଜ ଟୁଇଟର ଆକାଉଣ୍ଟରେ ଇମ୍ରାନ୍ ଖାନ୍ଙ୍କୁ ଟ୍ୟାଗ୍ କରିବା ସହ ‘ହ୍ଵାଟ୍ ଏ ସ୍ପିଚ୍’ ବୋଲି ଲେଖିଥିଲେ। ଏବେ ଅଲ୍ଲୀଙ୍କ ସେହି ଟ୍ୱିଟ୍ ଜବାବ ରଖି ଅଭିନେତା ପରେଶ ରାଓ୍ଵାଲ ‘ନାଓ ସ୍ପିଚ୍ଲେସ୍’ ବୋଲି ଲେଖିଛନ୍ତି । କେବଳ ଅଲ୍ଲୀ ନୁହନ୍ତି, ଭାରତୀୟ ବାୟୁସେନାର କଡ଼ା ଜବାବ ପରେ ପାକିସ୍ତାନକୁ ସମର୍ଥନ କରୁଥିବା ସବୁ ଲୋକଙ୍କ ମୁହଁ ବନ୍ଦ ହୋଇ ଯାଇଥିବା ଦେଖା ଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/PAresh-Rawal-Ali-Zafar.jpg)