ପଞ୍ଜାବର ଲୁଧିଆନାରେ ଜଣେ ୬ ବର୍ଷର ଝିଅ ଗୁରଜୀତ୍ ପେଟରୁ କିଛି ଏପରି ଦ୍ରବ୍ୟ ବାହାରିଲା ଯାହାକୁ ଦେଖି ଅପରେସନ୍ କରୁଥିବା ଡାକ୍ଟର ବିଶ୍ୱାସ କରିପାରିଲେ ନାହିଁ । ଝିଅଟି ୬ ମାସରୁ ନିଜ ଚୁଟି ଖାଇବାକୁ ଲାଗିଥିଲା । ଏହି ଚୁଟି ତା’ପେଟକୁ ଯାଇ ଏକମିଟର ଲମ୍ବାର ଏକ ଚୁଟି ହୋଇଯାଇଥିଲା । ଭୋକ ନଲାଗି ଯେତେବେଳେ ପେଟରେ ଯେତେବେଳେ ଅସହ୍ୟ ଯନ୍ତ୍ରଣା ହେଲା ପରିବାର ଲୋକ ତାକୁ ହସ୍ପିଟାଲ୍ ନେଇ ଯାଇଥିଲେ ଯେଉଁଠାରେ ଡାକ୍ତର ଝିଅଟିର ଅପରେସନ୍ କରିବାକୁ କହିଥିଲେ ।
ତେବେ ଅପରେସନ୍ ପରେ ପେଟ ଭିତରୁ ଯାହା ବାହାରିଲା ତାକୁ ଦେଖି ଡାକ୍ତର ସମେତ ପରିବାର ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଡାକ୍ତରଙ୍କ କହିବାନୁସାରେ,ଝିଅଟିକୁ ପ୍ରଥମେ ସାଇକ୍ରାଟିଷ୍ଟଙ୍କ ପାଖରେ ଦେଖାଇବା ନିହାତି ଜରୁରୀ ଅଟେ । ଯଦି ଝିଅଟି କୌଣସି ମାନସିକ ରୋଗରେ ପୀଡିତ ଅଛି ତେବେ ସେ ପୁନଶ୍ଚ ଚୁଟି ଖାଇବା ଆରମ୍ଭ କରିଦେବ ଏବଂ ପେଟରେ ପୁନର୍ବାର ଚୁଟି ବଢିବା ଆରମ୍ଭ ହୋଇଯିବ ।
ଏହି ରୋଗର ନାଁ ହେଉଛି ରେପୁଞ୍ଜଲ୍ ସିଣ୍ଡ୍ରୋମ । ବିଶ୍ୱରେ ଏବେ ପର୍ଯ୍ୟନ୍ତ କେବଳ ୪୦ ଟି ଏଭଳି କେସ୍ ଦେଖିବାକୁ ମିଳିଛି । ଏହି ରୋଗରେ ପିଲାମାନେ ନିଜକୁ ଏକୁଟିଆ ଭାବନ୍ତି ଏବଂ ଏକାପଣ ଶିକାର ହୋଇ ନିଜ ଚୁଟିକୁ ହିଁ ଭିଡି ଖାଇଥାନ୍ତି । ଯଦି କୌଣସି ଶିଶୁ ଏଭଳି ଅସାଧାରଣ ଦ୍ରବ୍ୟ ଖାଉଛି ତେବେ ଏହାକୁ ଅଣଦେଖା ନକରି ସାଇକ୍ରାଷ୍ଟିକ୍ ପାଖକୁ ନେଇ ଯାଆନ୍ତୁ । ପିଲାର ଏହି ଅଭ୍ୟାସ ପରମୁହୂର୍ତ୍ତରେ ବଡ ସମସ୍ୟା ନେଇ ଆସିପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/nht.png)
/kanak/media/post_attachments/wp-content/uploads/2018/09/grt-300x195.png)