କନକ ବ୍ୟୁରୋ : କରୋନାରେ ସଂକ୍ରମିତ ବ୍ୟକ୍ତିଙ୍କ ଅସ୍ତ୍ରୋପଚାରେ ନାହିଁ କୌଣସି ଅସୁବିଧା । କୋଭିଡ୍ ପଜିଟିଭ ଥିଲେ ବି କରାଯାଇପାରିବ ଜରୁରୀ ଅପରେସନ୍ । ଅସ୍ତ୍ରୋପଚାରରେ କୌଣସି ଜଟିଳତା କିମ୍ବା ମୃତ୍ୟୁ ହେଉଥିବା ନେେଇ ମିଳିନି କୌଣସି ପ୍ରମାଣ । ଏମ୍ସ ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଏପରି ତଥ୍ୟ ସାମ୍ନାକୁ ଆସିଛି । ପୂର୍ବରୁ ଏନେଇ ବାରଣ ଥିଲା, ନୂଆ ରିସର୍ଚ୍ଚ ଅନୁସାରେ ଅନୁମତି ଦିଆଯାଇଛି ।

Advertisment

ତୃତୀୟ ଲହର ବେଳେ ଡିସେମ୍ବର ୨୦ରୁ ଜାନୁଆରୀ ୨୦ ମଧ୍ୟରେ ଏହି ଅଧ୍ୟୟନ କରାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ନିର୍ଦ୍ଦେଶକ ଲଭ୍ ଅଗ୍ରୱାଲ ସୂଚନା ଦେଇଛନ୍ତି । ୫୩ ଜଣ ଆକ୍ରାନ୍ତଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା । ଏଥିରେ ୨୬ ଜଣ ମହିଳା ଥିଲେ । ୫୩ ଜଣଙ୍କ ମଧ୍ୟରୁ ୩୨ ଜଣଙ୍କୁ ଆନେସ୍ଥେସିଆ ଦିଆଯାଇଥିଲା । ଅଧ୍ୟୟନରୁ ଜଣାପଡ଼ିଛି ଯେ, ଏହି ସମୟରେ କୌଣସି ଜଟିଳତା ଦେଖିବାକୁ ମିଳିନଥିଲା ।