ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । Surf Excel, Rin ସହ LUX ସାବୁନର ବଢିଲା ଦାମ୍ ଜାଣନ୍ତୁ କେତେ ଓ କାହିଁକି ବଢ଼ିଲା ଦର?

227

କନକ ବ୍ୟୁରୋ: ଖାଉଟିଙ୍କ ଉପରେ ମହଙ୍ଗା ମାଡ । ପେଟ୍ରୋଲ-ଡିଜେଲ ଓ ଗ୍ୟାସ୍ ସିଲିଣ୍ଡର ପରେ ଏବେ ସର୍ଫ ଏକ୍ସସେଲ, ରିନ୍, ଲକ୍ସ ସାବୁନ ଭଳି ଘରେ ବ୍ୟବହୃତ ନିତ୍ୟ ସାମଗ୍ରୀର ଦାମ୍ ବଢ଼ିଲା । ଏଫଏମସିଜି କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ ପକ୍ଷରୁ ତାର ସମସ୍ତ ସାମଗ୍ରୀର ଦାମ୍ ବଢାଇ ଦିଆଯାଇଛି । ଫଳରେ ସର୍ଫ ଏକ୍ସସେଲ୍, ହ୍ୱିଲ୍ ପାଉଡର, ରିନ୍ ପାଉଡର୍, ଲକ୍ସ ସାବୁନ, ଲାଇଫବୟ ସାବୁନ, ଭଳି ସାମଗ୍ରୀ ଗୁଡିକର ଦାମ୍ ୩ରୁ ୧୨ ପ୍ରତିଶତ ବୃଦ୍ଧି ପାଇଛି ।

ସବୁଠାରୁ ବଡ଼ କଥା ହେଲା, କେବଳ ଡିଟରଜେଂଟ୍ ପାଉଡର ଓ ସାବୁନର ଦାମ୍ ବୃଦ୍ଧି ହୋଇଛି । କରୋନା କାଳରେ ଏହି ସବୁ ସାମଗ୍ରୀର ବ୍ୟବହାର ବଢି ଯାଇଥିବାରୁ ଡିଟରଜେଂଟ୍ ଗୁଡିକର ଦାମ୍ ବଢାଇ ଦିଆଯାଇଥିବା କୁହାଯାଉଛି ।