କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ସୁରେଶ ରୈନାଙ୍କ ବାପାଙ୍କ ପରଲୋକ । ରୈନାଙ୍କ ବାପା ଦୀର୍ଘଦିନ ହେବ କ୍ୟାନସର ରୋଗରେ ପୀଡିତ ଥିବା ବେଳେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରୈନାଙ୍କ ବାପା ତ୍ରିଲୋକଚନ୍ଦ୍ର ଜଣେ ସେନା ଅଧିକାରୀ ରହିଥିଲେ । ଅର୍ଡିନାନ୍ସ ଫ୍ୟାକ୍ଟ୍ରିରେ ବମ ତିଆରି କରିବାରେ ମାହିର ଥିବା ତ୍ରିଲୋକଚନ୍ଦ୍ର ଦୀର୍ଘ ଦିନ ହେବ ଚାକିରିରୁ ଅବସର ନେଇ ସାରିଥିଲେ । ତେବେ ତ୍ରିଲୋକଚନ୍ଦ୍ରଙ୍କ ପରଲୋକରେ ଅନେକ ଜଣାଶୁଣା ବ୍ୟକ୍ତିତ୍ୱ ଶୋକବ୍ୟକ୍ତ କରିଛନ୍ତି । ଖାସକରି କ୍ରିକେଟର, ଫିଲ୍ମ ଷ୍ଟାର ଓ ଅନ୍ୟାନ୍ୟ କ୍ଷେତ୍ରରୁ କିଛି ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ରୈନାଙ୍କୁ ସମବେଦନା ଜଣାଇଛନ୍ତି ।
ତେବେ ବାପାଙ୍କୁ ହରାଇ ବେଶ ଭାବବିହ୍ୱଳ ହୋଇ ପଡିଛନ୍ତି ସୁରେଶ ରୈନା । ଯାହାର ଝଲକ ତାଙ୍କ ସୋସିଆଲ ମିଡ଼ିଆ ପୋଷ୍ଟରେ ଦେଖିବାକୁ ମିଳିଛି । ପିତାଙ୍କ ଦେହାନ୍ତ ପରେ ରୈନା ଟ୍ୱିଟ୍ କରି ଲେଖିଛନ୍ତି, ବାପାଙ୍କୁ ହରାଇବାର ଦୁଃଖ ଶବ୍ଦରେ କହିପାରିବି ନାହିଁ । ମୁଁ ନିଜର ସପୋର୍ଟ ସିଷ୍ଟମ, ସାହସର ସ୍ତମ୍ଭକୁ ହରାଇଛି ।ସେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଯୋଦ୍ଧା ଭଳି ଲଢିଥିଲେ । ଆପଣଙ୍କ ଅନୁପସ୍ଥିତି ସବୁବେଳେ କଷ୍ଟ ଦେବ । ରୈନାଙ୍କ ଏଭଳି ଭାବବିହ୍ୱଳ ପୋଷ୍ଟ ହିଁ ଦର୍ଶାଉଛି ଯେ, ସେ ବାପାଙ୍କୁ କେତେ ଭଲ ପାଉଥିଲେ ?
No words can describe the pain of loosing a father. Yesterday, on passing away of my father, I also lost my support system, my pillar of strength. He was a true fighter till his last breath. May you rest in peace Papa. You will forever be missed. pic.twitter.com/9XcrQZeh2r
— Suresh Raina🇮🇳 (@ImRaina) February 7, 2022
ଆଇପିଏଲ ପୂର୍ବରୁ ଏହା ରୈନାଙ୍କ ପାଇଁ ସବୁଠୁ ବଡ ଝଟକା । କାରଣ ଏବେ ଆଇପିଏଲ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ରୈନା । ଆଉ ଏହା ପୂର୍ବରୁ ଏଭଳି ଦୁଃଖର ପାହାଡ ତାଙ୍କ ପରିବାର ଉପରେ ଖସିପଡିବ ଏହାର କଳ୍ପନା ସୁଦ୍ଧା କରିନଥିଲେ ରୈନା । ଚଳିତଥର ଚେନ୍ନାଇ ରୈନାଙ୍କୁ ରିଲିଜ କରିଥିବା ବେଳେ ମହାନିଲାମୀକୁ ଓହ୍ଲାଇଛନ୍ତି ରୈନା । ତେଣୁ ମହାନିଲାମୀରେ ରୈନାଙ୍କୁ କେଉଁ ଫ୍ରାଞ୍ଚାଇଜ ଭରସା କରିବ ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି ।