ଦୁବାଇରୁ ଫେରିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ସୁରେଶ ରୈନା । ପଠାନକୋଟରେ ସର୍ମ୍ପକୀୟଙ୍କ ମୃତ୍ୟୁ ତଦନ୍ତ ପାଇଁ କଲେ ଦାବି, ବ୍ୟକ୍ତିଗତ କାରଣ ଦର୍ଶାଇ ଭାରତ ଫେରିଆସିଛନ୍ତି ରୈନା ।

820

କନକ ବ୍ୟୁରୋ: ଆଇପିଏଲ ପାଇଁ ଦୁବାଇ ଯାଇ ସେଠାରୁ ଭାରତକୁ ଫେରିଆସିଥିବା ସିଏସକେ ଷ୍ଟାର କ୍ରିକେଟର ସୁରେଶ ରୈନା ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ତାଙ୍କ ସମ୍ପର୍କୀୟଙ୍କ ହତ୍ୟା ମାମଲାରେ ତଦନ୍ତ ଦାବି କରିଛନ୍ତି ରୈନା । ପଂଜାବ ପଠାନକୋଟରେ ରହୁଥିବା ତାଙ୍କ ପିଉସୀଙ୍କ ଘରେ ଅଗଷ୍ଟ ୧୯ ତାରିଖ ରାତିରେ ଆକ୍ରମଣ ହୋଇଥିଲା । ଯେଉଁଥିରେ ତାଙ୍କ ପିଉସା ଓ ତାଙ୍କ ପୁଅଙ୍କ ମୃତ୍ୟୁ ହୋଇଛି । ଏବଂ ଦୁର୍ବୃତଙ୍କ ଆକ୍ରମଣରେ ତାଙ୍କ ପିଉସୀ ଓ ତାଙ୍କ ପୁଅ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏହି ପ୍ରସଙ୍ଗରେ ସୁରେଶ ରୈନା ଟ୍ୱିଟ କରି ଘଟଣାର ତଦନ୍ତ ଦାବି କରିଛନ୍ତି । ଏବଂ ଦୁର୍ବୃତଙ୍କ ଆକ୍ରମଣରେ ତାଙ୍କ ପିଉସାଙ୍କ ସହ ତାଙ୍କ ପୁଅଙ୍କ ମୃତ୍ରୁ ହୋଇଥିବା ସୂଚନା ଦେଇଛନ୍ତି ।

ତେବେ ଏପରି ଘଟଣା କାହିଁକି ଘଟିଲା ଓ ଏହା ପଛରେ କାହାର ହାତ ଅଛି ସେ ନେଇ ତାଙ୍କ ନିକଟରେ କୌଣସି ସୂଚନା ନଥିବା ଲେଖିଛନ୍ତି ରୈନା । ଏହି ଟ୍ୱିଟରେ ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ପଂଜାବ ପୋଲିସକୁ ଟ୍ୟାଗ କରିଛନ୍ତି । ତେବେ ସ୍ପେଶାଲ ଇନଭେଷ୍ଟିଗେସନ ଟିମ ବା ସିଟ୍ ଘଟଣାର ତଦନ୍ତ କରୁଛି ବୋଲି ପଂଜାବ ପୋଲିସ ପକ୍ଷରୁ କୁହାଯାଇଛି ।

ସୂଚନା ମୁତାବକ, ଅଗଷ୍ଟ ୧୯,୨୦ ମଧ୍ୟରାତ୍ରିରେ ପଠାଣକୋଟ ଜିଲ୍ଲାର ଥରିୟାଲ ଗାଁରେ ରୈନାଙ୍କ ସମ୍ପର୍କୀୟଙ୍କ ଘରେ ଆକ୍ରମଣ ହୋଇଥିଲା ।  ଆଇପିଏଲରେ ଭାଗ ନେବା ପାଇଁ ଦୁବାଇ ଯାଇଥିବା ସିଏସକେର ଷ୍ଟାର କ୍ରିକେଟର ସୁରେଶ ରୈନା ବ୍ୟକ୍ତିଗତ କାରଣ ଦର୍ଶାଇ ଦୁବାଇରୁ ଫେରିଆସିଛନ୍ତି । ତେବେ ଏଥିପାଇଁ ସେ ଦୁବାଇରୁ ଫେରିଆସିଥିବା ନେଇ ଟ୍ୱିଟରେ କୌଣସି ସୂଚନା ଦେଇନାହାନ୍ତି ରୈନା । ଏହାରି ଭିତରେ ସିଏସକେ ମାଲିକ ଏନ ଶ୍ରୀନିବାସନଙ୍କ ଏକ ସାକ୍ଷାତକାର ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।