ଧୋନୀଙ୍କ ରାସ୍ତାରେ ରୈନା । ମାହୀଙ୍କ ପରେ ଆନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କଲେ ସୁରେଶ ରୈନା । କ୍ରିକେଟ ପ୍ରେମୀଙ୍କୁ ଧନ୍ୟବାଦ ଜଣାଇ ସନ୍ନ୍ୟାସ ନେଲେ ସୁରେଶ

1,380

କନକ ବ୍ୟୁରୋ: ଧୋନୀଙ୍କ ପରେ କ୍ରିକେଟକୁ ବାଏ ବାଏ କଲେ ସୁରେଶ ରୈନା । ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ସୁରେଶ । ଅବସର ଘୋଷଣା ନେଇ ନିଜ ଇଣ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଲେ ସୁରେଶ । ଅଗଣିତ କ୍ରିକେଟ ପ୍ରେମୀଙ୍କୁ ଧନ୍ୟବାଦ ଜଣାଇଲେ ରୈନା ।

ତେବେ ଧୋନୀଙ୍କ ସହ ଖେଳିଥିବାରୁ ତାଙ୍କୁ କୃତଜ୍ଞତା ଜଣାଇବା ସହ ମାହିଙ୍କ ରାସ୍ତାରେ ସେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି । ତେବେ ସ୍ୱାଧୀନତା ଦିବସରେ ଦୁଇ ଦୁଇ ଜଣ ଚର୍ଚ୍ଚିତ ଖେଳାଳୀ ଆଜି ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ।

କିଛି ସମୟ ପୂର୍ବରୁ କ୍ରିକେଟକୁ ବାଏ ବାଏ କରିଥିଲେ ଧୋନୀ । ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ ମହେନ୍ଦ୍ର ସିଂ ଧୋନୀ । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ।