କନକ ବ୍ୟୁରୋ : ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ବିଜେପି କାହାକୁ ବାଛିବ ତାହାକୁ ନେଇ ସସପେନ୍ସ ଲାଗି ରହିଛି । ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ସୁରେଶଙ୍କ ଦିଲ୍ଲୀ ଗସ୍ତ ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ତେବେ ଦିଲ୍ଲୀରୁ ଫେରିବା ପରେ ସୁରେଶ ଗଣମାଧ୍ୟମକୁ ବଡ ବୟାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କାର୍ଡ ଖୋଲିନଥିବା ବେଳେ ସୁରେଶ କହିଛନ୍ତି, ଜଣେ ୨୪ କ୍ୟାରେଟ ଓଡ଼ିଆ ମୁଖ୍ୟମନ୍ତ୍ରୀ ହେବେ ।
ଦିଲ୍ଲୀ ଗସ୍ତକୁ ନେଇ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ନିରାଧାର କହିବା ସହ ସୁରେଶ କହିଛନ୍ତି, ଜଣେ ପୂର୍ବତନ ସାଂସଦ, ପୂର୍ବତନ ରାଜ୍ୟ ସଭାପତି ଓ ବିଧାୟକ ହିସାବରେ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବକୁ ଯାଇଥିଲି । ମୁଖ୍ୟମନ୍ତ୍ରୀ ପଦ ନେଇ କେନ୍ଦ୍ର ନେତୃତ୍ୱ ଚର୍ଚ୍ଚା କରିବା ସହ ନିଷ୍ପତ୍ତି ମଧ୍ୟ ନେବେ । ପ୍ରଧାନମନ୍ତ୍ରୀ ଯେଉଁ କଥା କହିଥିଲେ ତାହା ହିଁ ମାପ ଦଣ୍ଡ । ଜଣେ ୨୪ କ୍ୟାରେଟ ଓଡ଼ିଆ ମୁଖ୍ୟମନ୍ତ୍ରୀ ହେବେ । ଓଡିଶା ଅସ୍ମିତା, ସଂସ୍କୃତି ଓ ଭାଷାକୁ ବିଶ୍ବ ଦରବାରରେ ପହଞ୍ଚାଇ ପାରୁଥିବା ଲୋକ ମୁଖ୍ୟମନ୍ତ୍ରୀ ହେବେ । ଅତୀତ ସରକାର ଭଳି ଅଣଓଡ଼ିଆ ପ୍ରଶାସନ ହାତରେ ବିଜେପି ଶାସନ ଡୋରି କେବେ ଦେବ ନାହିଁ । ବିଜେପିରେ ନେତୃତ୍ୱର ଅଭାବ ନାହିଁ ବୋଲି କହିଛନ୍ତି ସୁରେଶ ପୂଜାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/post_attachments/wp-content/uploads/2024/06/35-4.jpg)