କନକ ବ୍ୟୁରୋ : ଅଚାନକ୍ ସମ୍ବଲପୁର ତହସିଲରେ ପହଂଚିଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ବ୍ୟାପକ ଅବ୍ୟବସ୍ଥା ଦେଖି ଅସନ୍ତୋଷ ପ୍ରକାଶ କରିଛନ୍ତି। ସମୟ ହୋଇଯାଇଥିଲେ ମଧ୍ୟ ତହସିଲାଦାର ମନୋଜ ପ୍ରଭାକର କୁଜୁର ନଥିଲେ, କି କାର୍ୟ୍ୟାଳୟ ଖୋଲାଯାଇନଥିଲା। କେବଳ ଏତିକି ନୁହେଁ। ବିଭିନ୍ନ ସାର୍ଟିଫିକେଟ୍ ପାଇଁ ଆବେଦନ କରୁଥିବା ସାଧାରଣ ଜନତାଙ୍କୁ ମଧ୍ୟ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଥିବା ମନ୍ତ୍ରୀ ଜାଣିବାକୁ ପାଇଛନ୍ତି। ଏବଂ ରେଜିଷ୍ଟରରେ କର୍ମଚାରୀଙ୍କ ଉପସ୍ଥାନ ସମୟ ଯାଂଚ କରିଛନ୍ତି।

Advertisment

ଏଥର ବୟସ ନୁହେଁ ପ୍ରଦର୍ଶନ ଆଧାରରେ ହେବ ପଦୋନ୍ନତି
କର୍ଣ୍ଣାଟକ ଯିବେ ରାଜସ୍ବ ବିଭାଗ ଟିମ୍
ରାଜ୍ୟ ବାହାରୁ ଶିଖିବେ ରାଜସ୍ବ ବିଭାଗର ଅପଗ୍ରେଡେସନ

ମନ୍ତ୍ରୀ ନିଜେ ଲୋକଙ୍କ ଅଭିଯୋଗ ପତ୍ର ଦେଖି ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଜବାବ ମାଗିଥିଲେ। ପରେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲାପାଳ, ଉପଜିଲ୍ଲାପାଳ ପସ୍ଥିତିରେ ତାଗିଦ୍ କରିଛନ୍ତି। ଆଗକୁ ଏସବୁ ବରଦାସ୍ତ କରାଯିବନି ବୋଲି ମନ୍ତ୍ରୀ ସିଧାସଳଖ ଶୁଣାଇଦେଇଛନ୍ତି। ଏହା ସହ ରାଜସ୍ବ ବିଭାଗର ପରିଚାଳନାରେ ଆଗୁଆ ରାଜ୍ୟ କର୍ଣ୍ଣାଟକକୁ ରାଜସ୍ବ ବିଭାଗର ଟିମ୍ ପଠାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ତହସିଲରେ ଏଥର ବାଇୟୋମେଟ୍ରିକ ଲଗାଯିବା ନେଇ ଜିଲ୍ଲାପାଳଙ୍କୁ କହିଛନ୍ତି ରାଜସ୍ୱ ମନ୍ତ୍ରୀ।