ପ୍ରାର୍ଥୀପତ୍ର ଦାଖଲ ବେଳେ ଦେଖିବାକୁ ମିଳିଲା ରୋଚକ ଚିତ୍ର । ସାମ୍ନାସାମ୍ନି ହେଲେ ବିଜେଡି ଓ ବିଜେପିର ଲୋକସଭା ପ୍ରାର୍ଥୀ ସୁରେଶ ପୂଜାରୀ ଓ ପ୍ରସନ୍ନ ଆଚାର୍ଯ୍ୟ

Advertisment
ପ୍ରାର୍ଥୀପତ୍ର ଦାଖଲ ବେଳେ ଦେଖିବାକୁ ମିଳିଲା ରୋଚକ ଚିତ୍ର । ସାମ୍ନାସାମ୍ନି ହେଲେ ବିଜେଡି ଓ ବିଜେପିର ଲୋକସଭା ପ୍ରାର୍ଥୀ ସୁରେଶ ପୂଜାରୀ ଓ ପ୍ରସନ୍ନ ଆଚାର୍ଯ୍ୟ

କନକ ବ୍ୟୁରୋ: କନକ ବ୍ୟୁରୋ: ବରଗଡ ଲୋକସଭା ଆସନ ପାଇଁ ପ୍ରାର୍ଥୀପାତ୍ର ଦାଖଲ ବେଳେ ଦେଖିବାକୁ ମିଳିଛି ରୋଚକ ଚିତ୍ର । ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନୋମିନେସନ ଦାଖଲ ପାଇଁ ଯିବା ବେଳେ ସାମନା ସାମନି ହେଲେ ବିଜେଡି ଓ ବିଜେପିର ଲୋକସଭା ପ୍ରାର୍ଥୀ ସୁରେଶ ପୂଜାରୀ ଓ ପ୍ରସନ୍ନ ଆଚାର୍ଯ୍ୟ । ଦୁଇ ଦଳର ପ୍ରତିଦ୍ୱନ୍ଦୀ ପରସ୍ପରକୁ କୁଣ୍ଢେଇ ଶୁଭକାମନା ଜଣାଇଥିଲେ । ଏଥି ସହ କ୍ୟାମେରା ଆଗରେ ଖୁସି ଗପ କରୁଥିବା ଦେଖିବାକୁ ମିଳିଥିଲା । ପ୍ରଥମେ ସୁରେଶ ପୂର୍ଜାର ରିଟର୍ଣ୍ଣି ଅଫିସରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଏହା ପରେ ପ୍ରସନ୍ନ ଆଚାର୍ଯ୍ୟ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

publive-image

କନ୍ଧମାଳର ବିଜେଡି ଲୋକସଭା ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଅଚ୍ୟୁତ ସାମନ୍ତ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଦିନ ସାଢେ ୧୧ଟାରେ ସ୍ଥାନୀୟ ମାଦିକୁନ୍ଦ ଛକରୁ ଏକ ବିରାଟ ପଟୁଆରରେ ବାହାରିଥିଲେ ଅଚ୍ୟୁତ । ଏହା ପରେ ବିଜୁପଟ୍ଟନାୟକ ଛକ ନିକଟରେ ବିଜୁ ବାବୁଙ୍କ ପ୍ରତିମୂତିରେ ମାଲ୍ୟାର୍ପଣ କରିଥିଲେ । ଏହା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇ ନାମାଙ୍କନ ଦାଖଲ କରିଛନ୍ତି ।

publive-image

ସେପଟେ, କଳାହାଣ୍ଡିରୁ ବିଜେଡି ସାଂସଦ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନବରଙ୍ଗପୁର ସାଂସଦ ପ୍ରାର୍ଥୀ ଭାବେ ରମେଶ ମାଝୀ ମଧ୍ୟ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

publive-image

କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବିଧାନସଭା ଆସନ ଲାଗି ଚକ୍ରଧର କହଁର ଓ ଉଦୟ ଗିରିରୁ ସାଲୁଗା ପ୍ରଧାନ ଉପଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟରେ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

publive-image

ସେହିପରି, କୋଟପାଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀନୀ ଭାବେ ପଦ୍ମିନୀ ଦିଆନ ମଧ୍ୟ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆଜି ଦିନ ପ୍ରାୟ ୧୧: ୩୦ରେ ପଦ୍ମିନୀ ସମର୍ଥକ ଓ କର୍ମୀମାନଙ୍କ ମେଳରେ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳ ଓ ରିଟର୍ଣ୍ଣିଙ୍ଗ୍ ଅଫିସର୍ ଲୋକନାଥ ଦଳବେହେରାଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।କୋଟପାଡ଼ ଲାଗି ବିଏସ୍ପିର ପ୍ରାର୍ଥୀ ସଦା ନାଏକ ମଧ୍ୟ ଆଜି ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରଶେଖର ମାଝୀ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରି ସାରିଛନ୍ତି। ଜୟପୁର ଆସନ ଲାଗି ବିଏସ୍ପିର ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସଗରିଆ ଆଜି ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe