୪୫ ଥର ଟ୍ୱିଟ କଲା ପରେ ବି ମିଳିଲାନି ସହାୟତା : କାହିଁକି ପିୟୂଷଙ୍କ ବଦଳରେ ପ୍ରଭୁଙ୍କୁ ମନେପକାଇଲେ ମହିଳା ।

23

ଜଣେ ମହିଳାଙ୍କ ସ୍ୱାମୀ ଜୟପୁର-ମହୀଶୂର ସୁପରଫାଷ୍ଟ ଏକ୍ସପ୍ରେସରେ ଯାତ୍ରା କରୁଥିବା ସମୟରେ ରେଳ ବିଭାଗର ସାହାଯ୍ୟ ପାଇଁ ରେଳମନ୍ତ୍ରୀଙ୍କୁ ୪୫ ଥର ଟ୍ୱିଟ କରିଥିଲେ । କୌଣସି ସହଯୋଗ ନମିଳିବାରୁ ସେ ରାଗିଯାଇଥିଲେ ଓ ଲେଖିଥିଲେ ଆପଣଙ୍କ ଠାରୁ ଭଲ ଥିଲେ ସୁରେଶ ପ୍ରଭୁ ଯେ କି ସବୁବେଳେ ସହଯୋଗ କରୁଥିଲେ ।

ଏହି ଘଟଣାଟି ମହାରାଷ୍ଟ୍ରର ନାଗପୁରରେ ଘଟିଥିଲା । ମୋହନ ଫକୀର ଚାନ୍ଦଙ୍କ ପତ୍ନୀ ଜ୍ୟୋତି ଓ ତାଙ୍କ ପୁଅ କୋଟାରୁ ନାଗପୁର ଯିବା ପାଇଁ ଟ୍ରେନରେ ଚଢିଥିଲେ । ତାଙ୍କୁ ଟ୍ରେନର ଆରଏସି ଏସ-୪ ବର୍ଥ ୬୩ ନମ୍ବର ସିଟ ମିଳିଥିଲା । କିନ୍ତୁ ଏହି ସିଟ ଉପରେ ବସିଥିବା ଯାତ୍ରୀ ଜ୍ୟୋତିଙ୍କୁ ସିଟ ଛାଡିନଥିଲେ ।
ଏନେଇ ଜ୍ୟୋତି ତାଙ୍କ ସ୍ୱାମୀ ଫକୀରଙ୍କୁ ଜଣାଇଥିଲେ । ଫକୀର ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ୬ଘଂଟା ଭିତରେ ଲଗାତାର ୪୫ଥର ଟ୍ୱିଟ କରିବା ପରେ ବି ତାହ୍କୁ ନିରାଶ ହେବାକୁ ପଡିଥିଲା । ତାଙ୍କୁ ରେଳ ବିଭାଗ ପକ୍ଷରୁ କୌଣସି ପ୍ରକାର ସାହାଯ୍ୟ କି ସହଯୋଗ ମିଳିନଥିଲା ।

ଜ୍ୟୋତି ବହୁ ସମୟ ପର୍ଯ୍ୟନ୍ତ ଟିକେଟ କଲେକଟରଙ୍କ ଖୋଜିଥିଲେ ବି କୌଣସି ରେଳ କର୍ମଚାରୀଙ୍କୁ ପାଇନଥିଲେ । ଏଥିରେ ରାଗିଯାଇ ଫକୀର ଲେଖିଥିଲେ ପୂର୍ବତନ ରେଳମନ୍ତ୍ରୀ ସୁରେଶ ପ୍ରଭୁ ଆପଣଙ୍କ ଠାରୁ ଭଲ ମ୍ୟାନେଜ କରୁଥିଲେ । ସେ ଥିଲେ, ମୋ ସମସ୍ୟାର ସମାଧାନ ହୋଇସାରିଥାନ୍ତା । ଏହାର ବହୁ ଘଂଟା ପରେ ରେଳ ବିଭାଗର ନିଦ ଭାଂଗିଥିଲା ଓ ସେ ଟ୍ୱିଟର ଉତର ଦେଇଥିଲେ ।