କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ, ଫାଇଭ ଟି ସଚିବ : ସ୍ୱାସ୍ଥ୍ୟ ଶିକ୍ଷା କ୍ରୀଡ଼ା ଓ ଗଭୀର ନଳକୂପ ଯୋଜନାର ସମୀକ୍ଷା

ହସ୍ପିଟାଲ ଯାଇ କୋଭିଡ ସ୍ଥିତିର ଅନୁଧ୍ୟାନ

131

କନକ ବ୍ୟୁରୋ : କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ସାଥିରେ ଅଛନ୍ତି ଜଳ ସମ୍ପଦ ସଚିବ ଅନୁଗର୍ଗ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ପେଶାଲ ସେକ୍ରେଟାରୀ ଆର ଭିନିଲ କ୍ରିଷ୍ଣା । କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡା ଓ ଗଭୀର ନଳକୂପ ଯୋଜନର ସମୀକ୍ଷା କରୁଛନ୍ତି । ନବରଙ୍ଗପୁର ଜିଲ୍ଲା ହସ୍ପିଟାଲକୁ ଯାଇ ସ୍ୱାସ୍ଥ୍ୟ ଭିତ୍ତିଭୂମି ସହ କୋଭିଡ୍ ସ୍ଥିତି ସମୀକ୍ଷା କାର୍ଯ୍ୟକ୍ରମ ରହିଛି ।

ଏହା ସହ ଜିଲ୍ଲାରେ ହେବାକୁ ଥିବା ଗଭୀର ନଳକୂପ ଯୋଜନା, ୫-ଟି ଅଧିନରେ ସ୍ମାର୍ଟ ସ୍କୁଲ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା ହେବ । ନବରଙ୍ଗପୁରରୁ ସଡ଼କ ପଥରେ କୋରାପୁଟ ଯିବେ । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ଯିବେ । ସେଠାରେ ୬୫୦ ଶର୍ଯ୍ୟା ବିଶିଷ୍ଟ ହସ୍ପିଟାଲ କାର୍ଯ୍ୟ, କୋଭିଡ୍ ସ୍ଥିତି ଓ ଏଲଏମଓ ପ୍ଲାଂଟର ଅଗ୍ରଗତିରେ ସମୀକ୍ଷା କରିବେ । କୋରାପୁଟ ବାଳିକା ଉଚ୍ଚ ବିଦ୍ୟାଳୟରେ ୫-ଟି ଯୋଜନାରେ ସ୍ମାର୍ଟ ସ୍କୁଲ କାର୍ଯ୍ୟର ଅନୁଧ୍ୟନ କରି ଜୟପୁର ଯିବେ । ଜୟପୁରରୁ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି ।