କନକ ବ୍ୟୁରୋ : ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ନୂଆ ଦାୟିତ୍ୱ । ଓଇଆରସିର ଅଧ୍ୟକ୍ଷ ଭାବେ ମିଳିଲା ଦାୟିତ୍ୱ । ଏବେ ମୁଖ୍ୟ ଶାସନ ସଚିବ ଅଛନ୍ତି ସୁରେଶ, ଆସନ୍ତା ୨୮ରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି । ଏହାପୂର୍ବରୁ ତାଙ୍କର କାର୍ଯ୍ୟକାଳ ୨ ଥର ବୃଦ୍ଧି କରିଥିଲେ ରାଜ୍ୟ ସରକାର ।
ମୁଖ୍ୟ ଶାସନ ସଚିବଙ୍କ ପଦରୁ ସୁରେଶଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଗ୍ରହଣ କରିବେ ପ୍ରଦୀପ କୁମାର ଜେନା । ଏନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏବେ ଏସଆରସି ଦାୟିତ୍ୱରେ ଅଛନ୍ତି ପ୍ରଦୀପ ଜେନା । ମାର୍ଚ୍ଚ ୧ ତାରିଖରୁ ନୂଆ ଶାସନ ସଚିବ ଭାପେ ପ୍ରଦୀପ୍ତ ଦାୟିତ୍ୱ ଗ୍ରହଣ କରିବେ । ୧୯୮୯ ମସିହା ବ୍ୟାଚର ଆଇଏଏସ ଅଫିସର ପ୍ରଦୀପ ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସଠିକ୍ ଢଙ୍ଗରେ ତୁଲାଇବା ସହ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/Chief-Secretary-Sri-Suresh-Chandra-Mahapatra-briefing-the-cabinet-decisions-today-1-750x430-1.jpeg)