କନକ ବ୍ୟୁରୋ : ସୁରଟରେ କରୋନା ସ୍ଥିତି ଅଣାୟତ । ୨ ଦିନ ପାଇଁ ବନ୍ଦ ରହିବ ସୁରଟର ହୀରା ବଜାର ଏବଂ କପଡା ବଜାର । ଗତ ୨୪ ଘଂଟାର ରିପୋର୍ଟ ଅନୁସାରେ ସୁରଟ ସହରରୁ ୩୪୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୁରଟ ସହର ଆଖପାଖ ଅଂଚଳରେ ୧୦୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସୁରଟ ସହରରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୫୭ ହଜାର ୫୮୬ରେ ପହଁଚି ଯାଇଛି । ସେହପରି କରୋନା ମୃତ୍ୟୁ ୧ ହଜାର ୧୪୩ରେ ପହଁଚିଛି । ସୁରଟରେ ବର୍ତମାନ ଆକ୍ଟିଭ୍ ମାମଲା ସଂଖ୍ୟା ୧ ହଜାର ୮୩୯ ରହିଛି । ରବିବାର ଓ ସୋମବାର ସୁରଟର ସିରା ଉଦ୍ୟୋଗ ଓ ହୀରା ବଜାରକୁ ପୁରା ବନ୍ଦ କରାଯାଇଛି ।
ସୁରଟରେ କରୋନା ସ୍ଥିତି ଅଣାୟତ : ୨୪ ଘଣ୍ଟାରେ ସହରରୁ ୩୪୯ ପଜିଟିଭ୍ ଚିହ୍ନଟ; ବନ୍ଦ ରହିବ ହୀରା ବଜାର ଓ କପଡା ବଜାର
/kanak/media/post_attachments/wp-content/uploads/2021/03/14-20.jpg)